ବିନା ଗୋଡ଼ରେ ନବଜାତ ସନ୍ତାନ ଜନ୍ମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଡ୍ର।ଗ୍ରାମ ପଞ୍ଚାୟ ର ଟିକରବ।ଜୁ ଗ୍ରାମର ସାନନ୍ତି ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଦୁଇଟି ଯାକ ଗୋଡ଼ ନାହି। ଶିଶୁଟିର ଓଜନ ଥିଲା ୧.୮୩୫ ଗ୍ରାମ। ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ସୁବିଧା ନବଜାତ ଶିଶୁ ନିମନ୍ତେ ନଥିବା ଯୋଗୁଁ ଏବଂ ଶିଶୁଟି ଅସୁସ୍ଥ ଥିବା ଯୋଗୁଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଏସ ଏନ୍ ସି ୟୁ ୱାର୍ଡରେ ଆଡ୍ ମିଟ୍ କରାଯାଇଥିଲା ।ବର୍ତ୍ତମାନ ମା ଓ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ୍ ବିଜୟ କୁମାର ସୁର୍ ।

Comments (0)
Add Comment