କାଦପଡାରେ ହାତୀ ଉପଦ୍ରବ, କଦଳୀ ବଗିଚା କଲେ ନଷ୍ଟ

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଗତକାଲି ହାତୀ ଉପଦ୍ରବ ଘଟାଇଥିବା ଜଣାପଡିଛି । ଗତକାଲି ତିନୋଟି ହାତୀ ଆସି ଗ୍ରାମର ପଦ୍ମଲୋଚନ ପ୍ରଧାନଙ୍କ କଦଳୀ ବଗିଚାରେ ପଶି ରାତିତମାମ ଖାଇବା ସହ ମାଡିମକଚି ନଷ୍ଟ କରିଥିବା ଜଣାପଡିଛି ।

ଗତକାଲି ରାତି ୧୦ଟାରୁ ହାତୀମାନେ ଆସି ଆଜି ସକାଳେ ଯାଇ ବଗିଚାରୁ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଦେଶରେ ଲକଡାଉନ ବଳବତ୍ତର ଥିବାରୁ ବଜାର ସୁବିଧା ଠିକ୍ ଭାବରେ ମିଳୁନାହିଁ । ଏଣୁ ଗଛଗୁଡିକରେ କଦଳୀ ଭର୍ତ୍ତି ହୋଇଥିଲା । ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀ ଶ୍ରୀ ପ୍ରଧାନ କ୍ଷତିପୂରଣ ଦାବି କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment