ବୌଦ୍ଧ: ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଆମ୍ବୁଲାନ୍ସ ଡ୍ରାଇଭରକୁ ହୋମ କ୍ୱାରେଣ୍ଟାଇନକୁ ପଠାଯାଇଥିବା ଭଳି ଏକ ଘଟଣା ଘଟିଛି ବୌଦ୍ଧଜିଲ୍ଲାରେ । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ସରସରା ଗ୍ରାମକୁ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲୋକ ବୁଧବାରଦିନ ଫେରିଥିବା ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ଆମ୍ବୁଲାନସ ପଠାଇଥିଲେ । ଆମ୍ବୁଲାନ୍ସ ଯୋଗେ ଗଞ୍ଜାମ ଜିଲ୍ଲାରୁ ଫେରନ୍ତା ସନ୍ଦିଗ୍ଧମାନଙ୍କୁ ରାଧାନଗର କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯିବାର ଥିଲା । ସ୍ଥାନୀୟ ସରପଞ୍ଚଙ୍କ ସଂପର୍କୀୟ ୩ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣ ଆମ୍ବୁଲାନସର ପଛସିଟରେ ବସିଥିବାବେଳେ ଜଣକୁ ଜୋରଜବରଦସ୍ତ ଡ୍ରାଇଭର ପାଖ ଆଗସିଟ୍ରେ ବସାଇଥିଲେ । ସଂକ୍ରମଣର ଆଶଙ୍କାରେ ସ୍ୱାସ୍ଥ୍ୟବିଭାଗ ଡ୍ରାଇଭରଙ୍କୁ ମଧ୍ୟ ୧୪ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଥାନାରେ ମଧ୍ୟ ଏକ ଏଫଆଇଆର ଦିଆଯାଇଥିବା ଜଣାପଡିଛି । ଆମ୍ବୁଲାନଓ ଡ୍ରାଇଭରଙ୍କ ପୁଅ ସିଡିଏମଓଙ୍କ ଗାଡିର ଡ୍ରାଇଭର ଥିବାରୁ ନିଜ ଘରକୁ ନଯିବାପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏ ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି ।