କୋଭିଡ୍ ଡାକ୍ତରଖାନାକୁ ଆମ୍ବୁଲାନସ ଦେବେ କଣ୍ଟାମାଳ ବିଧାୟକ

ବୌଦ୍ଧ ,୧୫/୧୦- ବୌଦ୍ଧ ଠାରେ ଥିବା କୋଭିଡ୍ ଡାକ୍ତରଖାନାକୁ ଭେଣ୍ଟିଲେଟରର ସୁବିଧା ଥିବା ଗୋଟିଏ ଆମ୍ବୁଲାନସ ପାଇଁ ନିଜ ଆଂଚଳିକ ଉନ୍ନୟନ ପାଣ୍ଠିରୁ 15 ଲକ୍ଷ ଟଂକା ମଂଜୁର କରିଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା l ଏ ସମ୍ପର୍କରେ ଗତକାଲି ପତ୍ର ଲେଖି ବୌଦ୍ଧ ଜିଲାପାଳଙ୍କୁ ଶ୍ରୀ ରଣା ଅବଗତ କରାଇଛନ୍ତି l ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୌଦ୍ଧ କୋଭିଡ ଡାକ୍ତରଖାନାରେ ଭେଣ୍ଟିଲେଟର ଯୁକ୍ତ ସରକାରୀ ଆମ୍ବୁଲାନସ୍ ନାହିଁ l ସମ୍ବଲପୁରର ଷ୍ଟାର କ୍ଲବ୍ ନାମକ ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥାର ଆମ୍ବୁଲାନସକୁ ଜିଲ୍ଲା ପ୍ରଶାସନ ମାସିକ ଭଡ଼ା ସୂତ୍ରରେ ଆଣି କାର୍ଯ୍ୟରେ ଲଗାଇଛି l ଗତ 6 ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଂକା ଭଡ଼ା ବାବଦକୁ ଦିଆଯାଉଛି l ଶ୍ରୀ ରଣା ତାଂକର ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ 15 ଲକ୍ଷ ଟଂକା ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନସ୍ ପାଇଁ ମଂଜୁର କରିଥିବାରୁ ତାଙ୍କର ସବୁ ମହଲରେ ପ୍ରଶଂସା କରାଯାଉଛି l କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଏଭଳି ମହତ୍ କାମ ରାଜ୍ୟର ଅନ୍ୟ ବିଧାୟକ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l

Comments (0)
Add Comment