ସୂର୍ଯ୍ୟପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ବିଭିନ୍ନ ସ୍ଥାନରେ ଏହାର ସ୍ଥିତି ଭିନ୍ନଭିନ୍ନ ଥିଲା । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହୋଇଥିଲା । ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ୫୫ ସେକେଣ୍ଡରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍ ୨୫ ସେକେଣ୍ଡରେ ଶେଷ ହୋଇଥିଲା । ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ଥିବାରୁ ବହୁ ଲୋକ ଏହାକୁ ଠିକ୍ ଭାବରେ ଦେଖିପାରି ନଥିଲେ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପାଗ ସଂପୂର୍ଣ୍ଣ ମେଘୁଆ ଥିଲା । ଓଡ଼ିଶାର ଅନ୍ୟ ସ୍ଥାନମାନଙ୍କରେ ଅବଶ୍ୟ ଲୋକେ ଏହାକୁ ଦେଖିବାର ସୌଭାଗ୍ୟ ପାଇଥିଲେ । ପରାଗ ବେଳେ ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେଇଥିଲା । ଆଉ ଏକ କୌତୁହଳପ୍ରଦ ବିଷୟ ହେଉଛି ଯେ, ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରଙ୍ଗରେ ଆଜି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା । ଏହାକୁ କେତେକ ରଙ୍ଗୀନ୍ ସୂର୍ଯ୍ୟ ପରାଗ ବୋଲି କହୁଛନ୍ତି । କେଉଁଠି ଲାଲ୍ ତ ଆଉ କେଉଁଠି କମଳା ରଙ୍ଗ ଓ କେତେକ ସ୍ଥାନରେ ଚନ୍ଦ୍ରମା ଆକୃତିର ଦେଖିବାକୁ ମିଳିଥିଲା ।

Comments (0)
Add Comment