ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ଯା ୩୨୧୫ ହେଲା


ସମ୍ବଲପୁର,୫/୯- ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ସମ୍ବଲପୁର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସ°ଖ୍ଯା ୩୨୧୫ ହୋଇଛି । ଏମାନଙ୍କ ମଧ୍ୟରୁ ୧୫ ମୃତ ଓ ୨୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ଝ ହୁଅନ୍ତା, ଯଦି ଲୋକଙ୍କ ମଧ୍ୟରେ ସଚେତନତା ର ସ୍ତର ଆଉ ଠିକିଏ ବଢିପାରନ୍ତା । ଗତ ସେପ୍ଟେମ୍ବର ୧ ତାରିଖରୁ “ଅନଲକ ୪.୦” ଘୋଷଣା ପରେ ଦୋକାନ ବଜାର ଖୋଲି ଯାଇଛି, ଏଣୁ ସ୍ବାଭାବିକ ଭାବେ ସବୁଆଡେ ଜନଗହଳି ବଢିଯାଇଛି । ଏହି ପରିପ୍ରେକ୍ଷୀରେ ଯଦି ଲୋକେ ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧି ସହିତ ଦୋକାନ ବଜାରରେ ଥିଲାବେଳେ ନିଜ ମଧ୍ୟରେ ସାମାଜିକ ଦୂରତା ନିୟମ ପାଳନ କରନ୍ତେ, ତାହେଲେ ସ୍ଥିତିରେ ଆହୁରି ସୁଧାର ଦେଖାଯାଆନ୍ତା ବୋଲି ସୁଧିଜନେ କହୁଛନ୍ତି । କିନ୍ତୁ ବସ୍ତୁସ୍ଥିତି ଠିକ ଓଲଟା ରହୁଛି ଅର୍ଥାତ ଘରବାହାରେ ଲୋକଙ୍କ ମୁହଁ ରେ ମାସ୍କ ନାହିଁ ତ ଦୋକାନ ରେ କିଣାବିକା କଲା ସମୟରେ ରୁଣ୍ଡ ହୋଇ ଠେଲାପେଲା ଲାଗିରହିଛି । ସେପଟେ ଜନସାଧାରଣ ଙ୍କ ଏହି ଅମାନିଆ ପାଇଁ ଅନେକ ସମୟରେ ଦୋକାନୀ କୁ ଜୋରିମାନା ଦେବାକୁ ପଡୁଛି । ଦୋକାନୀ ତାର ଆଭିମୁଖ୍ୟ କଡା କଲେ, ଗ୍ରାହକ ଅନ୍ଯତ୍ର ପଳେଇବେ ଓ ଅଣଦେଖା କଲେ ପୁଲିସ ଜୋରିମାନା ଲଗେଇବା ପାଇଁ ଜଗି ବସିଛି । ଦୋକାନୀ ଙ୍କ ପାଇଁ ପରିତାପର ବିଷୟ ଯେ ଦୋକାନ ସାମନାରେ ଲୋକେ ଅମାନିଆ ହେଲେ ତାକୁ ତଣ୍ଡ ଗଣିବାକୁ ପଡୁଛି ।

Comments (0)
Add Comment