ବୌଦ୍ଧ /ବାଉଁଶୁଣୀ,୯/୩ – ବୋୖଦ୍ଧ ଜିଲ୍ଲାରେ ଧାନ କିଣା ଟାର୍ଗେଟ ସରିଯାଇଥିବା କହି ଚାଷୀଙ୍କ ଠାରୁ ପ୍ରଶାସନ ପେକ୍ସ ମାଧ୍ୟମରେ ଆଉ ଧାନ କିଣୁନଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଆଜି ରକସା ସେବା ସମବାୟ ସମିତି ଅନ୍ତର୍ଗତ ରକସା ଓ କୁରୁମ ପଦର ମଣ୍ଡିର ଚାଷୀମାନେ ଏକ ମାସ ଧରି ଟୋକନ ପାଇଥିଲେ ମଧ୍ୟ ଚାଷୀଙ୍କ ଧାନ ନ ଉଠିଥିବା ପ୍ରତିବାଦରେ 57ନଂ ର ଚୌରିଆପଦର୍ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ । 57 ନମ୍ବର ଜାତୀୟ ରାଜପଥ ରେ ଦିନ 11 ଘଣ୍ଟା ଠାରୁ ଅପରାନ୍ହ 3 ଘଣ୍ଟା ପର୍ଯ୍ୟନ୍ତ ଧାନ ବସ୍ତା ରଖି ଚାଷୀ ଚଉରିଆପଦର ଛକ ନିକଟରେ ଅବରୋଧ କରିଥିଲେ | ଯାହା ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା l ବୌଦ୍ଧ ତହସିଲଦାର୍ ସନତ କୁମାର୍ ନାଏକ ଆନ୍ଦୋଳନରତ ଚାଷୀଙ୍କୁ ବୁଝା ଶୁଝା କରିଥିଲେ ମଧ୍ୟ ତାହା ଚାଷୀଙ୍କ ଉପରେ କୌଣସି ପ୍ରଭାବ ପଡି ନଥିଲା | ପରେ ଘଟଣା ସ୍ଥଳରେ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଓ ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ପହଂଚି ଆଲୋଚନା କଲା ପରେ ଅପରାନ୍ହରେ ରାସ୍ତା ଅବରୋଧ ହଟିଥିଲା l ଧାନ ବିକ୍ରୟ ହୋଇ ନ ପାରୁଥିବା ହେତୁ ଆଜି ମଧ୍ୟ ଶହ ଶହ ସଂଖ୍ୟାରେ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିବା ଦେଖିବାକୁ ମିଳିଥିଲା l ଚାଷୀ ମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିବା ପାଇଁ ଖୋଜୁଥିବା ବେଳେ ସେ ଚାଷୀ ଆକ୍ରୋଶର ଶାନ୍ତିପୁର୍ଣ୍ଣ ସମାଧାନ କରିବା ପରିବର୍ତ୍ତେ କାର୍ଯ୍ୟାଳୟକୁ ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି | ଜିଲ୍ଲାପାଳ ଚାଷୀଙ୍କ ଧାନ କିପରି କିଣାଯିବ ତାର ସମାଧାନ ପନ୍ଥା ବାହାର କରିବାକୁ ଚାଷୀ ମହଲରେ ଦାବୀ ହେଉଛି |