ରାୟଗଡ ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ସୋମନାଥ ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

ରାୟଗଡ: ରାୟଗଡ ଜିଲ୍ଳାର ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ସୋମନାଥ ପ୍ରଧାନ ଓ.ପ୍ରେ.ସେ(ଏସ) ଆଜି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ପଦୋନ୍ନତୀ ହୋଇଥିବାରୁ ସେ ରାଜସ୍ୱ ବିଭାଗକୁ ବଦଳି ହୋଇ ଗୁରୁବାର ରିଲିଭ୍‌ ହୋଇଥିବାରୁ ଗତ ଜୁନ୍‌ ୩୦ତାରିଖରୁ ଏହି ଦାୟିତ୍ୱକୁ ପିଡି-ଡିଆରଡିଏ ଅତିରିକ୍ତ ଦାୟିତ୍ୱ ଭାବେ ତୁଲାଇ ଆସୁଥିଲେ । ତେବେ ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କ ଯୋଗଦାନ ପରେ ପିଡି-ଡିଆରଡିଏ ମହେଶ୍ୱର ନାୟକଙ୍କଠାରୁ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଳା ପାଟଣାଗଡ ଉପଖଣ୍ଡର ଉପଜିଲ୍ଳାପାଳ ଭାବେ ଗତ ୨୦୧୯ମସିହା ଅଗଷ୍ଟ ୨୬ତାରିଖରୁ ଚଳିତ ମାସ ଜୁଲାଇ ୨ତାରିଖ ପର୍ଯ୍ୟନ୍ତ ସୂଚାରୁରୂପେ ନିଜ କାର୍ଯ୍ୟ ତୁଲାଇ ଆସିଥିଲେ । ଶ୍ରୀ ପ୍ରଧାନ ଆଜି ରାୟଗଡରେ ନିଜ କାର୍ଯ୍ୟରେ ଯୋଗଦାନ ପରେ ତାଙ୍କୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ପିଡି-ଡିଆରଡିଏ ଶ୍ରୀ ନାୟକ,ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରାଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ ।

Comments (0)
Add Comment