ଦାରିଙ୍ଗବାଡ଼ିରେ କ୍ଷମତା ହାସଲ ଲଢେ଼ଇ : ରାଜନୈତିକ ଚାପରେ ୩ମାସରେ ୩ ବିଡିଓଙ୍କ ହୋଇଛି ବଦଳି !

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲ୍ା ଦାରିଙ୍ଗବାଡ଼ି ବ୍ଲକରେ ରାଜନୈତିକ ଉଷ୍ମତା ବର୍ଷତମାମ ଲାଗିରହିଛି । କେତେବେଳେ ବ୍ଲକ ଅଧ୍ୟକ୍ଷ ପଦବୀ ରଦ୍ଦ ହୋଇ ଉପନିର୍ବାଚନ ହେଉଛି ତ’ଆଉ କେତେବେଳ ରାଜନୈତିକ ଚାପ ଯୋଗୁଁ ବିଡିଓଙ୍କ ଘନ ଘନ ବଦଳି ହେଉଛି । ଏଭଳି ଭାବେ ଏହି ମାର୍ଚ୍ଚ ମାସ ଠାରୁ ଜୁନ ମାସ ମଧ୍ୟରେ ୩ ଜଣ ବିଡିଓ ଙ୍କ ବଦଳି ହୋଇଛି । ମାର୍ଚ୍ଚ ମାସ ୧୨ ତାରିଖରେ ବିଡିଓ ଭକ୍ତବନ୍ଧୁ ଜନାର୍ଦନ ଦଳାଇ ବଦଳି ହୋଇ ନୂତନ ବିଡିଓ ଭାବେ ମାତାରାମ ଲେୟାଙ୍ଗି ଦାରିଙ୍ଗବାଡି ବ୍ଲକ ରେ ଯୋଗ ଦେଇଥିଲେ । କରୋନା ମୁକାବିଲାରେ ସଠିକ ପରିଚାଳନା କରିପାରିନଥିବା ହେତୁ ଜିଲ୍ଲାପାଳ ଡଃ ବୃନ୍ଦା ଡି ଦାରିଙ୍ଗବାଡି ବିଡିଓ ମାତାରାମ ଲେୟାଙ୍ଗୀଙ୍କୁ ଡିଆରଡିଏ ଅଫିସକୁ ଡେପୁଟେସନରେ ପଠାଇ ଜିଲ୍ଲାପାଳ କାର୍ଯ୍ୟଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଡଃ ଜଗଦୀଶ ଷଡ଼ଙ୍ଗୀ ଙ୍କୁ ମାର୍ଚ୍ଚ ମାସ ୨୩ ତାରିଖ ଠାରୁ ଦାରିଙ୍ଗବାଡ଼ି ବ୍ଲକର ବିଡିଓ ଦାୟିତ୍ୱ ଦିଆଯାଇଛି । ବର୍ତମାନର ବିଡିଓ ଡଃ ଜଗଦୀଶ ଷଡ଼ଙ୍ଗୀ ନିଜର ଦାୟିତ୍ୱ୍ୱ ସଠିକ୍ ଭାବେ ତୁଲାଇବା ସହ କରୋନା ମୁକାବିଲାକୁ ସୁଚାରରୂପେ ପରିଚାଳନା କରୁଥିଲେ ସୁଦ୍ଧା କିଛି ମୁଷ୍ଟିମେୟ ନେତାଙ୍କ ସ୍ୱାର୍ଥ ସାଧନ ହୋଇପାରୁନଥିବା ଯୋଗୁଁ ରାଜନୈତିକ ଚାପପ୍ରୟୋଗ କରାଯାଇ ମିଥ୍ୟା ଆରୋପ ଅଣାଯାଇ ତାଙ୍କୁ ବଦଳି କରାଯିବା ପାଇଁ ରାଜନୈତିକ ସ୍ଥରରେ ଜିଲ୍ଲା ପ୍ରଶାସନ ଉପରେ ଚାପ ପ୍ରୟୋଗ କରାଯାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ବର୍ତମାନ ବିଡିଓ ଥିବା ଡଃ ଜଗଦୀଶ ଷଡ଼ଙ୍ଗୀଙ୍କୁ ବ୍ଲକରୁ ବଦଳି କରି ଏକ ନୂତନ ବିଡିଓ ଯୋଗ ଦେବା ନିମନ୍ତେ ଗତ ୧୧ ତାରିଖ ଦିନ ଚିଠି ନଂ ୯୭୮୩ ଅନୁଯାୟୀ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ଏକ ଚିଠି କରିଥିବା ଦେଖିବାକୁ ମିଳିଛି । ଟିକାବାଲି ବ୍ଲକରେ ତହସିଲଦାର ଭାବେ କାର୍ଯ୍ୟରତ ଅଭିମନ୍ୟୁ ବେହେରା ଙ୍କୁ ଦାରିଙ୍ଗବାଡି ବିଡିଓ ଭାବେ ଅବସ୍ଥାପିତ ହେବାକୁ ଚିଠିରେ ଉଲେଖ ଅଛି । ବିଡିଓ ମାନଙ୍କ ଏଭଳି ଘନ ଘନ ବଦଳି ନେଇ ଅଂଚଳବାସୀ କ୍ଷୋଭ ପ୍ରକାସ କରୁଥିବା ବେଳେ ଅଂଚଳର ବିକାଶ ସଠିକ ଭାବରେ ହୋଇପାରୁନଥିବା ଦେଖିବାକୁ ମିଳୂଛି । ଅନ୍ୟ ପକ୍ଷରେ ବ୍ଲକ ଅଧକ୍ଷ ପଦ ମଧ୍ୟ ବାରମ୍ବାର ପରିବର୍ତନ ହେଉଥିବା ଦେଖିବାକୁ ମିଳିଛି । ଗତ ଜୁନ ୧୭ ତାରିଖ ଦିନ ବ୍ଲକ ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୁନ ୧୭ ତାରିଖ ଦିନ ବିଜେଡି ସର୍ମଥିତ ପ୍ରାର୍ôଥନୀ ନମିତା ପ୍ରଧାନ ଓ କଂଗ୍ରେସ ସମର୍ଥିତ ପାର୍ôଥନୀ ଭାବେ ରୁଦା ମଲ୍ଲିକ ଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା । ନିର୍ବାଚନରେ ରୁଦା ମଲ୍ଲିକ ବ୍ଲକ ଅଧକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଏଭଳି ଭାବରେ ଗୋଟିଏ ପଟେ ଅଧ୍ୟକ୍ଷ ପଦବୀ କୁ ହାତେଇବା ପାଇଁ ରାଜନୈତିକ ଦଳ ମଧ୍ୟରେ ଲଢେଇ ହୋଇ ପଦବୀ ହାତେଉଥିବା ବେଳେ ଅନ୍ୟ ପଟେ କିଛି ରାଜନୈତିକ ବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ହେଉନଥିବା ଯୋଗୁଁ ବିଡିଓ ଙ୍କର ବଦଳି ପାଇଁ ସରକାରୀ କଳର ଅପବ୍ୟହାର ବ୍ୟବହାର କରି ୩ ମାସ ମଧ୍ୟରେ ତିନୋଟି ବିଡିଓ ଙ୍କୁ ପରିବର୍ତନ ଅଂଚଳବାସୀ ଙ୍କୁ ବ୍ୟଥିତ କରିଦେଇଛି । ଯାହାଫଳରେ ବାରମ୍ଭାର ବିଡିଓ ମାନଙ୍କ ବଦଳି ହେଉଥିବା ଯୋଗୁଁ ବ୍ଲକ ଅଂଚଳରେ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଅଂଚଳର ବିକାଶ ସ୍ଥାଣୁ ପାଲଟିଯାଇଥିବା ଅଂଚଳବାସୀ ମାନେ ଅଭିଯୋଗ କରିଛନ୍ତି । ଏଣୁ ବିଡିଓ ମାନଙ୍କ ବାରମ୍ବାର ବଦଳି ନକରିବା ପାଇଁ ଅଂଚଳବାସୀ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

Comments (0)
Add Comment