ଦେବଗଡ଼ ଜିଲାରେ କରୋନା ନେଲା ପ୍ରଥମ ମୁଣ୍ଡ

ଦେବଗଡ଼ : କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ପ୍ରତିଦିନ ସଂକ୍ରମିତ ହେଉଥିବାବେଳେ ଅନେକ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସାରା ରାଜ୍ୟରେ ୨୯ ଜିଲାରେ କରୋନା ମୁଣ୍ଡ ନେଇଥିବାବେଳେ ଶନିବାର ଅପରାହ୍ନରେ ଦେବଗଡ଼ ଜିଲାରେ କରୋନା ପ୍ରଥମ ମୁଣ୍ଡ ନେଇଛି । ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନଂ.୩ ବଣିଆଁ ସାହିର ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଝାଙ୍କରଙ୍କ ୬୮ ବର୍ଷ ବୟସରେ କରୋନା ଆକ୍ରାନ୍ତ ହୋଇ ଦେବଗଡ଼ କୋଭିଡ଼୍‌ ଡ଼ାକ୍ତରଖାନାରେ ଗତ ୮ ଦିନ ହେବ ଚିକିତ୍ସିତ ହେଉଥିଲେ । ଗତ ତିନି ଦିନ ହେବ ତାଙ୍କର ଅବସ୍ଥା ଗୁରୁତର ଥିଲା ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଦେବଗଡ଼ କୋଭିଡ଼୍‌ ଡ଼ାକ୍ତଖାନାରେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Comments (0)
Add Comment