ସମ୍ବଲପୁରରେ ଆଜି ଆଉ ୨ଟି ପଜିଟିଭ ଚିହ୍ନଟ,ଆସିଲା ଆକ୍ରାନ୍ତଙ୍କ ତଥ୍ୟ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଆଜି ୨ଟି କରୋନା ପଜିଟିଭ ମାମଲା ସାମନାକୁ ଆସିଛି ଓ ଏହାସହିତ ଜିଲ୍ଲାରେ ମୋଟ ୩ଟି ମାମଲା ହୋଇଛି । ଗତ ରବିବାର ଦିନ ଜିଲ୍ଲାର ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତରେ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଯାହାକି ସମ୍ବଲପୁର ଜିଲ୍ଲାର ପ୍ରଥମ ମାମଲା ବୋଲି କୁହାଯାଉଛି । ଆଜିର ୨ଟି ଯାକ ମାମଲା ପୁରୁଷ ଓ ସେମାନଙ୍କ ବୟସ ୪୭ ଓ ୫୫ ବର୍ଷ ବୋଲି ଜଣାପଡିଛି । ଉଭୟେ ଗତ ୧୧ ତାରିଖରେ ପଶ୍ଚିମବଙ୍ଗରୁ ଏଠାରେ ହୀରାକୁଦ ନିକଟସ୍ଥ ଲୁହାପଙ୍କକୁ ଆସିଥିଲେ । ଏଠାରେ ପହଞ୍ଚିଲା ପରେ ସେମାନଙ୍କୁ ପୃଥକ ଆଇସୋଲେସନର ରଖାଯାଇ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଯାହାର ପରିଣାମ ଆଜି ଆସିବାରୁ ଏହା ପଜିଟିଭ ଜଣାପଡିଛି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖି ଆବଶ୍ୟକ ସାବଧାନତା ସହିତ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଇଛି । ଏଥିସହିତ ସେମାନେ ଏଠାରେ କାହାକାହା ସହିତ ମିଶିଛନ୍ତି ସେ ବିଷୟରେ ବିଶଦ ସୂଚୀ ପ୍ରସ୍ତୁତ କରାଯାଉଛି । ତଦନୁସାରେ ଆଗାମୀ କାର୍ଯ୍ୟପାଇଁ ମାର୍ଗଦର୍ଶିକା ରାଜ୍ୟସରକାର ଆଗରୁ ସ୍ଥିର କରିଦେଇଛନ୍ତି ।

Comments (0)
Add Comment