ସଟଡାଉନରେ ବି ଏହି ସବୁ ସେବାକୁ ଅନୁମତି

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଲକଅନ-୧ରେ ସଂଶୋଧନ ଅଣାଯାଇ ଚଳିତ ଜୁନ ମାସର ସମସ୍ତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ବେଳେ ଏହି ୧୧ଟି ଜିଲ୍ଲାରେ ସଂଶୋଧିତ ଗାଇଡଲାଇନକୁ ଯେପରି କଡାକଡି ପାଳନ କରାଯିବ ତାହା ଉପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୁରୁତ୍ୱ ଆରପ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶର ଶ୍ରୀ ଜେନା ଆଜି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମେଡିକାଲ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ କିନ୍ତୁ ଏ ନେଇ ଆବଶ୍ୟକ କାଗଜପତ୍ର ଓ ପରିଚୟପତ୍ର ଦେଖାଇବାକୁ ହେବ । ଆର୍‌ବିଆଇ, କ୍ଲିୟରିଂ ହାଉସ, ଏଟିଏମ୍ ସହ ଜଡିତ କର୍ମଚାରୀ ସଟଡାଉନ ସମୟରେ ଯାଇପାରିବେ । ବିମାନବନ୍ଦର, ଷ୍ଟେସନ, ବସଷ୍ଟାଣ୍ଡର ସହ ଜଡିତ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିଛି । ସ୍ୱିଙ୍ଗି, ଜମାଟୋ ଡେଲିଭରୀ ବୟଙ୍କୁ ଯାଆଆସ ପାଇଁ ମଧ୍ୟ ଅନୁମତି ଅଛି । ଖବରକାଗଜ ହକରଙ୍କୁ ସକାଳୁ ୫ଟାରୁ ୮ଟା ଯାଏଁ ଖବରକାଗଜ ବିକ୍ରି ପାଇଁ ଅନୁମତି ରହିଛି । ଏଲପିଜି ହୋମ ଡେଲିଭରୀ କରୁଥିବା କର୍ମଚାରୀଙ୍କୁ ଅନୁମତି ଦିଆଯିବ । ଏହା ପୂର୍ବରୁ ସଟଡାଉନ ସତ୍ତ୍ୱେ ବସ୍ ଚାଳିବା ସହ ବସଷ୍ଟାଣ୍ଡ ଖୋଲା ରହିବ ବୋଲି ରାଜ୍ୟ ସରକାରଙ୍କ ପରିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଘରୋଇ ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବିମାନବନ୍ଦର ମଧ୍ୟ ଖୋଲା ରହିବ । ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଆଜି ଏ ସଂପର୍କରେ ମଧ୍ୟ ସୂଚନା ଦେଇ କହିଛନ୍ତି ୧୧ଟି ଜିଲ୍ଲାରେ ଯଥା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ଆସନ୍ତା ଶନି ଓ ରବି ପରି ଚଳିତ ମାସ ପ୍ରତ୍ୟେକ ଶନିବାର, ରବିବାର ସଟଡାଉନ କଡାକଡି ପାଳନ ହେବ । ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସତର୍କ କରାଇଛନ୍ତି । ସେହଭିଳ କମିଶନରେଟ୍ ପୁଲିସ ପକ୍ଷରୁ ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଯେଉଁମାନେ ନିଜ ଆଇଡ କାର୍ଡ ଦେଖାଇ ଆବଶ୍ୟକ ସ୍ଥଳେ ଯିବା ଆସିବା କରିପାରିବେ ଏ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ମେଡିକାଲ ନର୍ସିଂ ହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ । ପୁଲିସ ଦେଇଥିବା ପୁରୁଣା ପାସ ଦେଖାଇ ମେଡିସନ ଷ୍ଟୋର ଷ୍ଟାଫ୍ ଯାଇପାରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଯେଉଁମାନେ ଦାୟିତ୍ୱରେ ସଂପୃକ୍ତ ଅଛନ୍ତି ସେମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ, ଗଣମାଧ୍ୟମ ଉଭୟ ଛପା ଓ ବୈଦ୍ୟୁତିକ କର୍ମଚାରୀ, ପେଟ୍ରୋଲ ପମ୍ପ, ଟେଲିକମ୍ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ, ହୋମ ଡେଲଭରୀ, ପାନୀୟ ଜଳ ପରିମଳ, ବିଦ୍ୟୁତ କର୍ମଚାରୀ ଆଇଡ କାର୍ଡ ଦେଖାଇ ଯାଇପାରିବେ, କଳ କାରଖାନା, ହୋଟେଲ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ, ଷ୍ଟେସନ,ବସଷ୍ଟାଣ୍ଡ ଗାଡିକୁ ପୁଲିସ ପାସ୍ ଦରକାର । ପୁଲିସ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ ଓ ଓବେର ଦେଖାଇ ଯାଇପାରିବେ । ସଟଡାଉନ ଦିନ ବାହାଘର ଥିଲେ ପୁଲିସ ଠାରୁ ପାସ୍ ନେବା ଜରୁରୀ । ଟ୍ୱିନ୍ ସିଟିରୁ ବାହାରକୁ ଯିବାକୁ ଚାହୁଁଥିଲେ ଘରୋଇ ଗାଡିକୁ ୧୦୦ରୁ ଅନୁମତି ଆଣିବାକୁ ପଡିବ, ମାଲ ପରିବହନ କରୁଥିବା ଖାଲି ଓ ମାଲଭର୍ତ୍ତି ଗାଡି ପାଇଁ ପାସ୍ ଅନାବଶ୍ୟକ, ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ୧୦୦କୁ ଡାଏଲ କରି ପାସ୍ ନେଇପାରିବେ । ସଟଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲାରହିବ । ତେବେ କୌଣସି ଜରୁରୀ କାମ ପାଇଁ ଲୋକେ ଯେପରି ହଇରାଣ ନହେବେ ସେଥିପାଇଁ ନିୟୋଜିତ ପୁଲିସ କର୍ମଚାରୀ ସମ୍ବେଦନଶୀଳ ହେବାକୁ କମିଶନରେଟ୍ ପୁଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Comments (0)
Add Comment