ବୌଦ୍ଧ: କରୋନା କାର୍ଯ୍ୟରେ ଅବହେଳା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନୁପସ୍ଥିତ ଆଦି ଅଭିଯୋଗ ବୀରନରସିଂହପୁର ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଆଣିବାପରେ ଆଜି ହରଭଙ୍ଗା ବିଡିଓ ଶରତ ଚନ୍ଦ୍ର ବାଗ ନିର୍ବାହୀ ଅଧିକାରୀ ଶ୍ରୀମତୀ ନମିତା ସାହୁଙ୍କୁ କୈଫୟତ ତଲବ କରିଛନ୍ତି । ବୀରନରସିଂହପୁର ଟିଏମସିର ତଦାରଖ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଗ୍ରାମପଞ୍ଚାୟତର ନୋଡାଲ ଅଫିସର ଭଳି ଅଧିକାରୀଙ୍କ ରିପୋର୍ଟ ଆଧାରରେ କୈଫୟତ ମଗାଯାଇଥିବା ହରଭଙ୍ଗା ବିଡିଓ ଶ୍ରୀ ବାଗ ତାଙ୍କ ପତ୍ର ସଂଖ୍ୟା ୧୩୪୭/୧୨.୫.୨୦ରେ ଉଲ୍ଲେଖ କରିଛନ୍ତି । ଶ୍ରୀମତୀ ସାହୁ ନିଜେ କର୍ତ୍ତବ୍ୟରେ ଅବହେଳା କରିବାସହ ଟିଏମସି ଦାୟିତ୍ୱରେ ଥିବା ପଞ୍ଚାୟତର କର୍ମଚାରୀଙ୍କୁ କାମ ନକରିବାପାଇଁ ପ୍ରବର୍ତ୍ତାଇବା ଭଳି ଅଭିଯୋଗ ବିଡିଓଙ୍କ ଚିଠିରେ ଉଲ୍ଲେଖ ରହିଛି ।
ଶ୍ରୀମତୀ ସାହୁଙ୍କ ନାମରେ ଥିବା ଅଭିଯୋଗର ଉତ୍ତର ଯଥାଶୀଘ୍ର ବିଡିଓଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୀରନରସିଂହପୁର ସରପଞ୍ଚ ଗତକାଲି ପିଇଓଙ୍କୁ ରିଲିଭ କରିଦେଇଛନ୍ତି ।