କରୋନା ଜନିତ ତାଲାବନ୍ଦ ସମୟରେ ଦୁଃସ୍ଥ ପରିବାରଙ୍କୁ ସହାୟତା ଜାରି ରଖିଛି ଜିଲ୍ଲା ପ୍ରଶାସନ

ଆଜିର ଦିନରେ କରୋନା ଏକ ବିଶ୍ୱ ମହାମାରୀ ରୂପ ନେଲାଣି ଏହି ରୋଗରେ ପ୍ରତ୍ୟେକ ଦିନସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବାର ଦେଖାଦେଇଛି ଏହି ପରିପେକ୍ଷିରେ ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ତାଲାବନ୍ଦର ଅବଧି ବୃଦ୍ଧି କରିଛନ୍ତି। କିଛି ଟା ଜରୁରୀକାଳୀନ ସେବା କୁ ବାଦ ଦେଲେ ଅନ୍ୟ ସମସ୍ତ ପ୍ରକାର ସେବା ଏକ ପ୍ରକାର ଠପ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ଯାହାଫଳରେ ଗରିବରୁ ଅତି ଗରିବ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି ସେହି ସେବା ଗୁଡିକ ମଧ୍ୟରୁ ଗମନାଗମନ ସେବା ମଧ୍ୟ ବାଦ ପଡିନାହିଁ ତେଣୁ ଗଜପତି ଜିଲ୍ଲାର ମୋଟର ଚାଳକ ସଙ୍ଗଠନ ତରଫରୁ କିଛି ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲା ପାଳ ଗଜପତି ଠାରେ ଆବେଦନ କରିଥିଲେ।ଏହି ଆବେଦନ କୁ କେନ୍ଦ୍ରକରି ଜିଲ୍ଲାପାଳ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲା ସାମାଜିକ ସୁରକ୍ଷାଅଧିକାରୀ ଓ ସାଧାରଣ ପରିଚାଳକ ଜିଲ୍ଲାଶିଳ୍ପକେନ୍ଦ୍ର ଗଜପତିକୁ ନିର୍ଦ୍ଦେଶ ଦେଇଥିଲେ ତାପରେ ଉକ୍ତ ସଙ୍ଗଠନକୁ ପତ୍ର ମାଧ୍ୟମରେ ତାଙ୍କ ସଙ୍ଗଠନ ଅନ୍ତର୍ଭୁକ୍ତ ବିଭିନ୍ନ ପରିବାରଙ୍କ ସମୂହବିବରଣୀ ଗୋଟିଏ ଫାର୍ମାଟରେ ମଗା ଗଲା ସେହି ପତ୍ର ପାଇବା ପରେ ଉକ୍ତ ସଙ୍ଗଠନ 97ଟି ପରିବାରର ସମୂହବିବରଣୀ ଏହି କାର୍ଯ୍ୟାଳୟକୁ ପ୍ରଦାନ କଲେ। ସମୂହ 97 ଗୋଟି ପରିବାର ମଧ୍ୟରୁ 69 ଟି ପରିବାର ର ତାଙ୍କ ପାଖରେ ଖାଉଟିକାର୍ଡ ଥିବାର ଦର୍ଶାଇ ଥିଲେ।ବାକି 28 ଗୋଟି ପରିବାର ର ଆର୍ଥିକ ସ୍ଥିତି ଜାଣିବା ନିମନ୍ତେ ଉକ୍ତ ବିବରଣୀକୁ ପାରଳାଖେମୁଣ୍ଡି ପୌର ପରିଷଦ କାଶୀ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଶାଣୀ,ଗୁମ୍ମା, ରାୟଗଡ ପାଖକୁ ପତ୍ର ମାଧ୍ୟମରେ ମଗାଗଲା ସମସ୍ତ ଅଧିକାରୀ ସେହି ପରିବାରର ବିଭିନ୍ନ ଦିଗକୁ ତଦାରଖକରି ମାତ୍ର 6 ଗୋଟି ପରିବାର ର ଆର୍ଥିକ ସମ୍ବଳ ନଥିବା ଦର୍ଶାଇ ଥିଲେ।ଏହାକୁ ବିଚାରକୁ ନେଇ ଗଜପତି ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସେହି 6 ଗୋଟି ପରିବାର ର ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା 5 କେଜି ଚାଉଳ ଓ ପ୍ରତି ପରିବାର ପିଛା ଏକ କେଜି ଲେଖାଁଏ ଡାଲି ତିନି ମାସ ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା କରାଗଲା ଏବଂ ଏହା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଙ୍କ ଦ୍ଵାରା ଜିଲ୍ଲା ସଦର ମହକୁମାରେ ବଣ୍ଟନ କରାଗଲା ।ଏହା ସହିତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରାଯାଇଛି ଯେ ଯଦି କେହି ଦୁଃସ୍ଥ ପରିବାର ସହାୟତାରୁ ଦୁରେଇ ଥିବେ ତେବେ ତାହା ହେଲେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ଚାଲିଥିବା ନିୟନ୍ତ୍ରଣ କକ୍ଷରେ ଆବେଦନ କରି ପାରିବେ।

Comments (0)
Add Comment