ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୀବାଣୁ ଶୂନ୍ୟ ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ

ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ଆଖି ଆଗରେ ରଖି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜୀବାଣୁ ମୁକ୍ତ, ଓ ପରିଷ୍କାର ପରିଛନତାକୁ ନେଇ ବ୍ୟାପକ କାର୍ଯ୍ୟ ହାତକୁ ନେଇଛନ୍ତି।ଜିଲ୍ଲା ପ୍ରଶାସନ କେବଳ ପ୍ରବାସୀ ଓଡିଆମାନଙ୍କ ପାଇଁ 207 ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ କରୁଛନ୍ତି।ଯେଉଁ ଥିରେ କି 20 ହଜାର ରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିପାରିବେ ।ବର୍ତ୍ତମାନ ସୁଦ୍ଧା 45 ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପାଖପାଖି 3 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ସଙ୍ଗରୋଧ ରେ ରହୁଛନ୍ତି।ଏହି 45 ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି ଜୀବାଣୁ ମୁକ୍ତ ହେବ ଏବଂ ପ୍ରବାସୀ ଓଡ଼ିଆ କିପରି ସ୍ୱାସ୍ଥ୍ୟ କର ପରିବେଶ ରେ ରହି ପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଅହରହ କାର୍ଯ୍ୟ କରୁଛି।ସେଥି ମଧ୍ୟରୁ 5 ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାରଳାଖେମୁଣ୍ଡି ପୌର ପରିଷଦରେ ରହିଥିବା ବେଳେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ 2ଗୋଟି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି ଏବଂ ଅନ୍ୟ 38 ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଞ୍ଚାୟତରେ କାର୍ଯ୍ୟ କରୁଛି। ପାରଳାଖେମୁଣ୍ଡିରେ ପୌର ପରିଷଦରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଫା ସୁତୁରା ଓ ଜୀବାଣୁ ମୁକ୍ତ ପାଇଁ ଏନଏସ ସି ର 10 ଜଣ କର୍ମଚାରୀ ନିର୍ଯୁକ୍ତି ହୋଇ ଦିନକୁ 2 ଥର ସଫେଇ କାର୍ଯ୍ୟ କରୁଛନ୍ତି।ଏହି କାର୍ଯ୍ୟକୁ ପର୍ଯ୍ୟାଲୋଚନା କରିବା ପାଇଁ ନିଜେ କାର୍ଯ୍ୟନିର୍ବାହୀଅଧିକାରୀ ଦାଇତ୍ଵ ରେ ରହିଛନ୍ତି।ସେହି ପରି ଅନ୍ୟ 38ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଦିନକୁ 2 ଥର ସଫାସୁତୁରା ଏବଂ ଜୀବାଣୁ ମୁକ୍ତ ପାଇଁ କାର୍ଯ୍ୟ କରାଯାଉଛି।ଯାହାକିପଞ୍ଚାୟତ ଦ୍ଵାରା ପରିଚାଳନା କରିବା ସହ 100 ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ ନିର୍ଯୁକ୍ତ ଅଛନ୍ତି।ଏହି କାର୍ଯ୍ୟକୁ ପର୍ଯ୍ୟାଲୋଚନା କରିବା ସହ ପ୍ରତି ଦିନ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ଦେଖିବା ସହ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ କୁ ଲିଖିତ ବିବରଣୀ ପ୍ରଦାନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆ ଯାଇଛି।

Comments (0)
Add Comment