ଏହି ଅଂଚଳରେ ସପ୍ତାହର ପ୍ରଥମ ୩ଦିନ ଲକଡାଉନ ଏବଂ ପରବର୍ତ୍ତୀ ୪ଦିନ ସଟଡାଉନ

ପାରଳାଖେମୁଣ୍ଡି : ଗତକିଛି ଦିନ ହେଲା ପାରଳାଖେମୁଣ୍ଡି ପୌର ପରିଷଦ ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ତଥା କିଛି ପଞ୍ଚାୟତମାନଙ୍କରେ କରୋନା ପଜିଟିଭଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଙ୍ଗ, ଫିବର କ୍ଲିନିକ,ଏଣ୍ଟିଜେଣ୍ଟ ଟେଷ୍ଟ, କଣ୍ଟେଟମେଣ୍ଟ ଜୋନ ତଥା ଅନ୍ୟାନ୍ୟ ଏକ୍ଟିଭିଟି ସବୁ ଚାଲିଛି । କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ଆମକୁ ଆଉ କିଛି ପଦକ୍ଷେପ ନେବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଜୁଲାଇ ୩୦ ରୁ ଅଗଷ୍ଟ ୨ ତାରିଖ (ଗୁରୁବାର ଠାରୁ ରବିବାର )ପର୍ଯ୍ୟନ୍ତ ୪ ଦିନ ପାରଳାଖେମୁଣ୍ଡି ସହର, କାଶୀନଗର ବିଜ୍ଞାପିତ ଅଞ୍ଚଳ, ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ, କେରାଣ୍ଡି ଓ କତଲକଇଠା, ଗୋଶାଣୀ, ରାଣୀପେଣ୍ଠା, କାଶୀ ନଗର ଝାମି, ଗୁମ୍ମା ପଞ୍ଚାୟତକୁ ସଟ ଡାଉନ ଘୋଷଣା କରା ଯାଇଛି । ଆଗାମୀ ଦିନରେ ମଧ୍ୟ ଲାଗୁ ରହିବ ସପ୍ତାହର ପ୍ରଥମ ତିନିଦିନ ଲକଡାଉନ ପରବର୍ତ୍ତୀ ଚାରିଦିନ ସଟ ଡାଉନ । ଏହି ସଟଡାଉନ ଅବଧି ସମୟରେ କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯଥା ଔଷଧ ଦୋକାନ, ଦୁଗ୍ଧ ଦୋକାନ ଖୋଲା ରହିବ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କେବଳ ଜିଲ୍ଲାର ମୁଖ୍ୟ ରାସ୍ତାରେ ଯିବାଆସିବା କରିପାରିବେ । ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଯଥା ଦୋକାନ ବଜାର ବନ୍ଦ ରହିବ ।

Comments (0)
Add Comment