ଘୁ ଉଦୟଗିରି ଷ୍ଟାଡିୟମଠାରେ ଏନ୍‌ଏ ସି ଅଧ୍ୟକ୍ଷାଙ୍କ ଦ୍ୱାରା ପାନୀୟ ଜଳର ବ୍ୟବସ୍ଥା

ଘୁ ଉଦୟଗିରି:୧୯ ବର୍ଷରୁ କମ ବୟସର ବାଳକମାନଙ୍କର ଡବଲ ୱିକେଟ କ୍ରିକେଟ୍‌ ଜିଲ୍ଲାସ୍ତରୀୟ ଦଳ ପାଇଁ ଖେଳାଳି ଚୟନ ଶିବିରକୁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରାମତୀ ଭାନୁପ୍ରଭା ମିଶ୍ର ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ଜିଲ୍ଲାର ବାଲିଗୁଡା, ରାଇକିଆ, ତୁମୁଡ଼ିବନ୍ଧ, ଟିକାବାଲି, ଚକାପାଦ, ଘୁ ଉଦୟଗିରି, କ ନୂଆଗାଁ ପଞ୍ଚାୟତ ସମିତି ରୁ ୩୭ ଜଣ ଯୁବ ଖେଳାଳି ଅଂଶଗ୍ରହଣ କରିଥିଲେ । ଶିବିର ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମସ୍‌ ଏକାଡେମୀ, କନ୍ଧମାଳ, ସନିସ୍‌ କ୍ରିକେଟ୍‌ ଆସୋସିଏସନ୍‌ ଏବଂ ଘୁ ଉଦୟଗିରି ପଞ୍ଚାୟତ ସମିତି ସ୍ତରୀୟ ଡବଲ ୱିକେଟ କ୍ରିକେଟ୍‌ ଆସୋସିଏସନ୍‌ ମିଳିତ ଭାବେ ଆୟୋଜନ କରିଥିଲେ । ଆସାର୍ଟ୍‌ ସାମାଜିକ ଅନୁଷ୍ଠାନ, ପଞ୍ଚାୟତ ସମିତି ଉପସଭାପତି ଏନ୍‌ ଲୁକ ଏବଂ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ପ୍ରତ୍ସାହନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଙ୍କୁ ଏହି ଅବସରରେ ଆୟୋଜକମାନେ ଖେଳ ପଡ଼ିଆ ଏବଂ ଖେଳାଳି ମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ଅନୁରୋଧ କରି କହିଥିଲେ । ଅତୀତରେ ପୂର୍ବତନ ଅଧ୍ୟକ୍ଷ ସଂଜିବ କୁମାର ପାତ୍ର ଏବଂ କାଉନସିଲର ବିଭିନ୍ନ ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳର ଖେଳାଳିମାନଙ୍କୁ ମଧୁର ବଚନରେ ଆପୟତ କରି ଖେଳକୁ ଉପଭୋଗ କରୁଥିଲେ । କିନ୍ତୁ ଖେଳ ପଡିଆର ଉନ୍ନତି କରଣ, ଖେଳାଳି ମାନଙ୍କ ସମସ୍ୟା, ପାନୀୟ ଜଳର ସମସ୍ୟା ଭଳି ସାଧାରଣ ଆବଶ୍ୟକତାକୁ ପୂରଣ କରିବାର ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତିରେ ହି଼ଁ ରଖିଛନ୍ତି । ଅଧ୍ୟକ୍ଷା ଶ୍ରାମତୀ ମିଶ୍ର ସଦସ୍ୟ ମାନଙ୍କ ଅନୁରୋଧକୁ ହୃଦୟଙ୍ଗମ କରି ପ୍ରତିଶୃତି ଦେଇଥିଲେ, ଅତିଶୀଘ୍ର ପିଇବା ପାଣିର ସମସ୍ୟାର ସମାଧାନ କରିବେ । ନିଜ ପ୍ରତିଶ୍ରୁତି ରକ୍ଷା କରି ସେହିଦିନ ଅପରାହ୍ନରେ ପାଣି ସହ ସିନଟେକ୍ସ ଟାଙ୍କି ଷ୍ଟାଡିୟମରେ ସ୍ଥାପନ କରିଥିବାରୁ ଖେଳାଳି, ସଂଗଠକ, ସ୍ଥାନୀୟ ଲୋକେ, ପଥିକ ମାନେ ଏବଂ ଶିବିର ର ଆୟୋଜକ ସଦସ୍ୟ ମହମ୍ମଦ ଜିଆଉଦ୍ଧିନ୍‌ ଅହମ୍ମଦ୍‌, କିଶୋର ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ରାଉତ, ଆଲୋକ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ସୁନୀଲ କୁମାର ନାୟକ,ବଟକୃଷ୍ଣ ପ୍ରଧାନ, ପାଉଲ ପ୍ରଧାନ, କେସନ ନାୟକ, ସଂଜୀତ୍‌ କୁମାର ପ୍ରଧାନ, ବିଜୟ କୁମାର ମିଶ୍ର, ରାମକୃଷ୍ଣ ଚୈଧୁରୀ, ଟାରଜନ ସା ପୁରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment