ତିନି ଲୁଟେରା ଗିରଫ,ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

ହରଭଙ୍ଗା : ପୁରୁଣା କଟକ, ବୌଦ୍ଧ ଓ ହରଭଙ୍ଗା ଥାନା ଅଂଚଳରେ ବାରମ୍ବାର ମନ୍ଦିର ହୁଣ୍ଡି,ପ୍ରତିମା, ମୂଲ୍ୟବାନ ଅଳଙ୍କାର ସହିତ ଟ୍ରାନ୍ସଫରମର, ପାଣି ମୋଟର, ବୋର ୱେଲମୋଟର, ବାଇକ ଆଦି ଚୋରି ଅଭିଯୋଗ ହୋଇଆସୁଥିବା ବେଳେ ପୋଲିସ ଅଭିଯୋଗ ଗୁଡିକୁ ଭିତ୍ତି କରି ସର୍ଚ୍ଚ ଅପରେସନ ଜାରି ରଖିଥିଲା । ଚଳିତ ମାସ ୫ତାରିଖ ରାତ୍ରିରେ ହରଭଙ୍ଗା ବ୍ଲକ ବୁରୁବୁଡ଼ା ସ୍କୁଲ ପରିସରରୁ ପୁଣି ଏକ ବୋରୱେଲ ପାଣି ମୋଟର ଚୋରି ହୋଇଥିବା ନେଇ ୬ ତାରିଖ ରେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ଏକ ଟିମ ସହିତ ସର୍ଚ୍ଚ ଅପରେସନ ଜାରି କରି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିବା ସହିତ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି । ଉକ୍ତ ଲୁଟେରା ଗ୍ୟାଙ୍ଗରୁ ଗିରଫ ହୋଇଥିବା ଆସାମୀ ହେଲେ ପୁରୁଣାକଟକ ଥାନା ବୁରୁବୁଡ଼ା ଗ୍ରାମର ଆଲୋକ ଜଗଦଲା (୩୦), ଅମରେଶ ଦେହୁରୀ (୨୪)ଓ ଅନ୍ୟ ଜଣେ ହରଭଙ୍ଗା ଥାନା ଉଆଁଳ ଗ୍ରାମର ସିକୁନ ପ୍ରଧାନ (୨୪) ଆସାମୀ ତିନି ଜଣଙ୍କୁ କେଶ ନଂ ୧୩୪, ତାରିଖ ୦୮/୦୯.୨୪ ୟୁ/ଏସ୍ ୩୦୩(୨) ବିଏନ୍‌ଏସରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତତ୍ ସହିତ ଏକ ବଡ଼ପାଣି ପମ୍ପ, ଏକ ସୋଲାର ଚାଳିତ ପାଣି ପମ୍ପ,ଦୁଇ ଗୋଟି ଟୁଲୁ ପାଣି ପମ୍ପ, ଦୁଇ ଗୋଟି ଟ୍ରାକଟର ସେଲ୍ଫ ଓ ଡ଼ାଇନାମା, ଏକ ଟ୍ରାକଟର ବ୍ୟାଟେରୀ ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏହି ଲୁଟେରା ଗ୍ୟାଙ୍ଗର ଚେର ବହୁ ଦୁରକୁ ଲମ୍ବିଥିବା ପୋଲିସ ସନ୍ଦେହ କରିବା ସହିତ ଆଉ ଅଧିକ ତଦନ୍ତ ଚଳାଇଛି ।

Comments (0)
Add Comment