ପ୍ରଶାନ୍ତି ବିହାର ଓ ଶିଖରଚଣ୍ତିରେ କରୋନା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ

ଭୁବନେଶ୍ବର : ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ । ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କ ମନୋବଳକୁ ବଢ଼ାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଵୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ୧ ଓ ୨ ନଂ ୱାର୍ଡର ବିଜୁ ଜନତା ଦଳର ଭୁବନେଶ୍ୱରର ଯୁବ ଉପ ସଭାପତି ମିହିର କୁମାର ରାଉତ ଯଥା ଜଣାଶୁଣା ସମାଜସେବୀ ମିହିର କୁମାର ରାଉତ (ପପୁ)ଙ୍କ ଅନୁରୋଧ କ୍ରମେ ଶତାଧିକ ବିଜେଡ଼ି କର୍ମୀ ପ୍ରଶାନ୍ତି ବିହାର ଏବଂ ଶିଖରଚଣ୍ତି ନଗରରେ ସାମାଜିକ ଦୂରତ୍ୱ ବଜାୟ ରଖି ମାନବ ଶୃଙ୍ଖଳରେ ଛିଡା ହେବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ।

ପପୁଙ୍କ ଏଭଳି ଅଭିନବ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଖୁଵ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦି କ୍ଲବ ସମସ୍ତ ସଦସ୍ୟ, ପ୍ରଶାନ୍ତି ବିହାର ବିକାଶ ସମିତିର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟ ମାନେ, ବରିଷ୍ଠ ନାଗରିକ ବିକାଶ ମଞ୍ଚର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟବୃନ୍ଦ, ମନ୍ଦିର କମିଟିର ସଭ୍ୟବୃନ୍ଦ ଓ ପ୍ରଶାନ୍ତି ବିହାର ବସ୍ତି କମିଟିର ସଭାପତି, ସମ୍ପାଦକ ଓ ତେଜସ୍ଵୀନି ମହିଳା ମହାସଂଘର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟବୃନ୍ଦ ଏବଂ ପ୍ରଶାନ୍ତି ବିହାର ବଜାର କମିଟିର ସଭାପତି, ସମ୍ପାଦକ ଏଥିସହିତ ୱାର୍ଡ ନଂ-୨ ଶିଖରଚଣ୍ଡୀ ନଗର ଗଣେଷ କ୍ଲବର ସଭାପତି ,ସମ୍ପାଦକ ଓ ସମସ୍ତ ସଭ୍ୟବୃନ୍ଦ ଏବଂ ଓଁମ ସାଇ କ୍ଲବର ସଭାପତି, ସମ୍ପାଦକ ଓ ବରିଷ୍ଠ ନାଗରିକବୃନ୍ଦ ଏବଂ ମହିଳା ମହାସଂଘର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment