ବାଲିଗୁଡ଼ା: ଗୋଟିଏ ପଟେ ମହାମାରୀ କରୋନା କୁ ନେଇ ସାରା ବିଶ୍ବ ଚିନ୍ତିତ । ଅତ୍ୟାବଶ୍ୟକ ସାମଗ୍ରୀ ଜନସାଧାରଣଙ୍କୁ ଯୋଗାଇଦେବାକୁ ସରକାର ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମୁଖୀ କାମ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଂଚଳ ପରିଷଦରୁ । ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ । ଦୀର୍ଘ ସପ୍ତାହେ ହେଲାଣି ବାଲିଗୁଡ଼ା ଅଞ୍ଚଳରେ ଲୋ ଭୋଲଟେଜ୍ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଲିଗୁଡ଼ା ଅଞ୍ଚଳବାସୀ । ଦିନକୁଦିନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋ ଭୋଲଟେଜ୍ ଯୋଗୁଁ ଘରେ ଫ୍ୟାନ୍ ଚାଲୁନାହିଁ । ଲୋକେ ଗରମରେ ସିଝୁଛନ୍ତି ।
ଅନ୍ୟପଟେ ଲୋ ଭୋଲଟେଜ୍ ଯୋଗୁଁ ସହରରେ ଜଳ ଯୋଗାଣ ମଧ୍ୟ ହୋଇପାରୁନାହିଁ । ଦୀର୍ଘ ଚାରିଦିନ ବିତିଗଲାଣି ସହରବାସୀ ପାନୀୟ ଜଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି । ସେପଟେ ପମ୍ପ ଅପରେଟରଙ୍କ କହିବା ଅନୁଯାୟୀ ଲୋ ଭୋଲଟେଜ୍ ଯୋଗୁଁ ମୋଟର ଚାଲିପାରୁନାହିଁ ଯାହାଫଳରେ ସହରବାସୀଙ୍କୁ ଜଳ ଯୋଗାଇବା ସମ୍ଭବ ସୋଇପାରୁନାହିଁ ବୋଲି ପମ୍ପ ଅପରେଟର କହିଛନ୍ତି । ପ୍ରକାଥାଉକି ବାଲିଗୁଡ଼ା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିଲେ ମଧ ଏଠାରେ ଜଳଯୋଗାଣ ସଂସ୍ଥା ପିଏଚଡ଼ି ବିଭାଗର କୌଣଶି କାର୍ଯ୍ୟାଳୟ ନାହିଁ । ଗୋଟିଏ ପଟେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ଜଳଯୋଗାଣ ନେଇ କୌଣଶି ପଦକ୍ଷେପ ନେଉନଥିବା ବେଳେ ପିଏଚଇଡି ବିଭାଗର ଯେଉଁ ଅଧିକାରୀ ବାଲିଗୁଡ଼ା ଦାୟିତ୍ବରେ ଅଛନ୍ତି ତାଙ୍କର ଦେଖା ମିଳୁନାହିଁ । ଲୋକେ ଅଭିଯୋଗ କରିବେ କାହାକୁ.? ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ସୋଇପଡ଼ିଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଗଲେ ଅଞ୍ଚଳବାସୀଙ୍କ ଜଳ କଷ୍ଟ ଦୁର ହୋଇପାରିବ ବୋଲି ସାଧାରଣରେ ଦାବୀ ହେଉଛି ।