ଗଣ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ :ଭାରତୀୟ ଜନତା ପାର୍ଟି ତରଫରୁ ମମିତା ମେହେରଙ୍କକୁ ନ୍ୟାୟ ପ୍ରଦାନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି । ଆଜି ମନ୍ତ୍ରୀ ଗୋପ ମେଡିକାଲର ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ କରିବାକୁ ଯିବା ସମୟରେ ଗୋପ ବଜାରରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ସହ ନାରାବାଜି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜକିଶୋର ନାୟକ, ସୌଦାମିନୀ ସେନାପତି ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଆଲୋକ ବେହେରା ସାଧାରଣ ସଂପାଦକ ବିଜୟ ନାୟକ, କିଶୋର ରାଉତ ,ଶିବ ପ୍ରସାଦ ସ୍ୱାଇଁ, ନିରଞ୍ଜନ ମହାପାତ୍ର, ପ୍ରମୋଦ ପାଇକରାୟ, ଜମ୍ବେଶ୍ୱର ସ୍ୱାଇଁ, ମଧୁସୂଦନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment