ଜଗତି ଗ୍ରାମକୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କଲେ ଜିଲ୍ଲାପାଳ

ବୌଦ୍ଧ/ଜହ୍ନାପଙ୍କ:ବୌଦ୍ଧଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତି ସଙ୍ଗରୋଧ କେନ୍ଦ୍ରରେ ୩ଜଣ କରୋନା ପଜିଟିଭ ପରେ ଅଞ୍ଚଳର ଲୋକେ ଆଶଙ୍କାରେ ଥିବାବେଳେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପହଞ୍ଚ ସଙ୍ଗରୋଧ କେନ୍ଦ୍ରର ତଦାରଖ କରିବାସହିତ ଭୟଭୀତ ନହେବାପାଇଁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନାର ମୁକାବିଲା ପାଇଁ ଜଗତି ଗ୍ରାମକୁ ସୋମବାରରୁ ବୁଧବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ କେବଳ ଜରୁରୀ କାମ ଥିଲେ ବାହାରକୁ ଯିବାକୁ ନଚେତ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଏହି ସଙ୍ଗରୋଧ କେନ୍ଦ୍ରରେ ସମୁଦାୟ ୩୫ଜଣ ପ୍ରବାସୀ ଶ୍ରମିକ ଥିବାବେଳେ ୩ଜଣଙ୍କର କରୋନା ପଜିଟିଭ ବାହାରିଥିଲା । ସରପଞ୍ଚ ରାଜେନ୍ଦ୍ର ମେହେର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହାଟପଦାଠାରେ ବସୁଥିବା ଦୈନିକ ବଜାରକୁ ମଧ୍ୟ ବନ୍ଦ ଘୋଷଣା କରିଛନ୍ତି । ସେହିପରି ଗତକାଲି ରାତିରେ ଓ ଆଜି ସକାଳୁ ଆଉ ଗୋଟିଏ ଲେଖାଏଁ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment