ଭୁବନେଶ୍ୱର : କରୋନା ମହାମାରୀ ଭିତରେ ମନ୍ଦିର ଖୋଲିବା ନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଜି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି କରୋନା ସ୍ଥିତି ଏବେବି ଜଟିଳ ରହିଛି । ଏହାସତ୍ତ୍ୱେ ଏହି ସ୍ଥିତିକୁ ଆକଳନ କରି ସରକାର ଖୁବଶୀଘ୍ର ରାଜ୍ୟର ସମସ୍ତ ମଠ,ମନ୍ଦିର ଓ ଧର୍ମାନୁଷ୍ଠାନଗୁଡିକ ଖୋଲିବା ନେଇ ନିଷ୍ପତ୍ତି ନେବେ । କ\’ଣ ଗାଇଡଲାଇନ ଅଣାଯାଇ ଖୋଲାଯିବ, ସେ ସଂପର୍କରେ ସରକାର ତର୍ଜମା କରିବେ । ଯେତେବେଳେ ନିଷ୍ପତ୍ତି ହେବ କେବଳ ଶ୍ରୀମନ୍ଦିର କାହିଁକି ରାଜ୍ୟର ସମସ୍ତ ମଠ ମନ୍ଦିର ଧର୍ମାନୁଷ୍ଠାନ ପାଇଁ ନିଷ୍ପତ୍ତି ହେବ । ସଂକ୍ରମଣ ଯେପରି ନ ବ୍ୟାପେ ଏହାକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ବିଚାର କରିବେ ।