ବିନା ଭକ୍ତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା

ବୌଦ୍ଧ : ଆସନ୍ତା ୫ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ବୌଦ୍ଧ ଜିଲ୍ଲାର ସମସ୍ତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାରଂପରିକ ଭାବରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ପ୍ରତିବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କିନ୍ତୁ କରୋନା ମହାମାରୀ ପାଇଁ ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କୁ ଦର୍ଶନ ପାଇଁ ପ୍ରତିବନ୍ଧକ ଲଗାଇଛି ପ୍ରଶାସନ । କେବଳ ସେବାୟତମାନଙ୍କ ବ୍ୟତୀତ ଦେବସ୍ନାନ ପୂର୍ଣ୍ଣିମାରେ କୌଣସି ଭକ୍ତ ଅଂଶଗ୍ରହଣ କରିପାରିବେ ନାହିଁ କି ଦର୍ଶନ ମଧ୍ୟ କରିପାରିବେ ନାହିଁ । ସେଥିପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଏନ.ସି. ଜ୍ୟୋତିରଂଜନ ନାଏକ ଏକ ସୂଚନା ଜାରି କରିଛନ୍ତି । ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର ସେବାୟତଙ୍କୁ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି ।

Comments (0)
Add Comment