ମାଓ ମୁକାବିଲା ପାଇଁ ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ

ଭୁବନେଶ୍ୱର:ମାଓ ଦମନ ନେଇ ଆଜି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଛି । ବୈଠକରେ ଉପସ୍ଥିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ମୁକାବିଲା ପାଇଁ ୫ଟି ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୟପୁର-ମୋଟୁ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବକୁ ପ୍ରସ୍ତାବ ଦେଇଛନ୍ତି ।  ମାଓ ପ୍ରଭାବିତ ଅଞ୍ଚଳକୁ ରେଳସଂଯୋଗ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।  ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମୋବାଇଲ ସଂଯୋଗ ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି ।  ରାଜ୍ୟର ୬୨୭୮ଟି ଗ୍ରାମରେ ମୋବାଇଲ ସଂଯୋଗ ବ୍ୟବସ୍ଥା ନାହିଁ ।  ଏହି ସବୁ ଗ୍ରାମରେ ୪୪୮ଟି ମୋବାଇଲ ଟାୱାର ଲାଗି ନବୀନ ପ୍ରସ୍ତାବ ଦେଇଛନ୍ତି । ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।  ଏହାଛଡ଼ା ମାଓ ପ୍ରଭାବିତ ଅଞ୍ଚଳର ପିଲାଙ୍କ ସଫଳତା ଉପରେ ମଧ୍ୟ ନବୀନ ଗୁରୁତ୍ୱାରୋପ କରିଛନ୍ତି ।  ଏନଇଇଟି, ଆଇଆଇଟି ଓ ଜେଇଇରେ ସଫଳତା ପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments (0)
Add Comment