ବୀର ସହିଦ ଚନ୍ଦ୍ରକାନ୍ତଙ୍କ ପାଇଁ କାନ୍ଦୁଛି କନ୍ଧମାଳ

କନ୍ଧମାଳ : ଚାଇନା ସୀମାନ୍ତ ଲଦାଖର ଗୋଲୀୱାନା ଠାରେ ଲାଗି ରହିଥିବା ବିବାଦକୁ ନେଇ ହୋଇଥିବା ଭାରତୀୟ ସେନା ଓ ଚାଇନା ସେନାଙ୍କ ମୁହାଁମୁହିଁରେ ୨୦ଯବାନ ସହିଦ ହୋଇଥିବା ବେଳେ ଓଡ଼ିଶାରୁ ୨ ଯବାନ ସହିଦ ହୋଇଛନ୍ତି ।୨ ଯବାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ପଞ୍ଚାୟତ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ରହିଛନ୍ତି ।

ପିତା କରୁଣାକର ପ୍ରଧାନଙ୍କ ଚନ୍ଦ୍ରକାନ୍ତ ବଡ ପୁଅ ଓ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ଯୋଗୁଁ ତାଙ୍କ ସହିଦ ଖବର ପାଇଁ ପରିବାର ସହ ସାରା ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି । ଚନ୍ଦ୍ରକାନ୍ତଙ୍କ ଗୋଟିଏ ଭଉଣୀ ଓ ୨ ଭାଇ ଅଛନ୍ତି । ତାଙ୍କର ଇଚ୍ଛା ଥିଲା ଭାଇକୁ ମଧ୍ୟ ସେନାରେ ସାମିଲ କରିବା ପାଇଁ, ଯାହା ଆଶାରେ ହିଁ ରହିଗଲା । ଚନ୍ଦ୍ରକାନ୍ତ ବିହାର ୧୬ରେଜିମେଣ୍ଟରେ ଚାକରି ପାଇଥିଲେ । ମୋ ପୁଅ ଦେଶ ପାଇଁ ସହିଦ ହୋଇଛି ତାହା ଗର୍ବର ବିଷୟ ବୋଲି ତାଙ୍କ ପିତା ଛଳଛଳ ମୁହଁରେ କହିଛନ୍ତି ।

Comments (0)
Add Comment