ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସ୍ଥାପନା ଦିବସ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪୩ତମ ସ୍ଥାପନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଏନ.ସି.ଜ୍ୟୋତିରଞ୍ଜନ ନାୟକ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଶ୍ରୀଗଣେଶ, ମହାତ୍ମା ବୁଦ୍ଧ ଏବଂ ପ୍ରତିଷ୍ଠାତା ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ତଥା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସାଂପ୍ରତିକ କୋଭିଡ-୧୯ ମହାମାରୀକୁ ଧ୍ୟାନରେ ରଖି ମହାବିଦ୍ୟାଳୟର ଅଳ୍ପ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା, ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।


ପ୍ରକାଶଯୋଗ୍ୟ ଯେ, ୧୯୭୮ମସିହା ଆଜିର ତାରିଖରେ ବୌଦ୍ଧର ବରପୁତ୍ର ସ୍ୱର୍ଗତ ନଟବର ପ୍ରଧାନଙ୍କ ଉଦ୍ୟମ କ୍ରମେ ତତ୍କାଳିନ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ବିଗତ ୪ ଦଶଦ୍ଧି ଧରି ଏହି ମହାବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଅନେକ ମାଇଲ ଖୁଣ୍ଟ ସ୍ଥାପନା କରିପାରିଛି । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟସ୍ତରରେ କୃତିତ୍ୱ ଅର୍ଜନ କରି ସାରା ଓଡିଶା ତଥା ଭାରତବର୍ଷରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଇତିମଧ୍ୟରେ ମହାବିଦ୍ୟାଳୟକୁ ନାକ୍ ବି ଗ୍ରେଡ୍ ମଧ୍ୟ ମିଳିସାରିଛି । ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ମହାବିଦ୍ୟାଳୟ ନିଜର ପରିଚୟ ସୃଷ୍ଟି କରିପାରିଛି ।

Comments (0)
Add Comment