ରଜ ପାଇଁ କର୍ଫ୍ୟୁ ହେଲେ କୋହଳ

ଭୁବନେଶ୍ୱର : ଓଡିଶାର ଗଣପର୍ବ ରଜ ଉତ୍ସବ ଆଉ ଦୁଇଦିନ ବାକି ଅଛି । ଏହାକୁ ଦେଖି ସ୍ୱତନ୍ତ୍ର ରିଲିଫ କମିଶନର ଆସନ୍ତାକାଲି ୧୨ ତାରିଖ ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରବିବାର ପହିଲା ରଜ ଥିବା ବେଳେ ଶନିବାର ଓ ରବିବାର ସଟଡାଉନ ଥିବାରୁ ଶୁକ୍ରବାର ସଂଧ୍ୟାରେ ୩ଘଣ୍ଟା କର୍ଫ୍ୟୁ କୋହଳ କରିବା ପାଇଁ ସରକାର ବିବେଚନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରଜ ପର୍ବ ସମୟରେ ସାମାଜିକ ଆଦାନପ୍ରଦାନ, ଭାଇଚାର ଭାବ ଓଡିଶାରେ ଦେଖାଦେଇଥାଏ । ତେବେ ମହାମାରୀ କରୋନା ସମୟରେ ସାମାଜିକ ଦୂରତା ଭିତ୍ତିରେ ଲୋକେ ଏହାକୁ ପାଳନ କରି ସଂକ୍ରମଣମୁକ୍ତ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Comments (0)
Add Comment