ଗଜପତି ଜିଲ୍ଲାବାସୀ ମିଳିତ ଭାବେ ଗାଇଲେ ବନ୍ଦେ ଉତ୍କଳ ଜନନୀ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ଥାନୀୟ ରାଜଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇ ଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବି ଭେଙ୍କେଟ ରାମଣା, ୱାଇ ଯୁଧିଷ୍ଠିର ଏବଂ ବିନୋଦ କିଷାନ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।

ସେହିଭଳି ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ସ୍ଥାନୀୟ ରାଜନହର ସମ୍ମୁଖରେ ଅନୁଷ୍ଠିତ ହୋଇଛି ବନ୍ଦେ ଉତ୍କଳ ଜନନୀ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଆୟୋଜିତ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜୁ ପାରଳା ରାଜଜେମା କଲ୍ୟାଣି ଗଜପତି,ନଗର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ବିଜେଡି ମହିଳା କାର୍ଯ୍ୟକାରିଣୀ ସଭାପତି ସଂଯୁକ୍ତା ବେହେରା ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗୀତଟି ଗାନ କରାଯାଇ ଥିଲା । ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ, ପି କ୍ରିଷ୍ଣା ଜାମାଦାର ପଟ୍ଟନାୟକ ନୃସିଂହ ଚରଣ ପଟ୍ଟନାୟକ, ପି ଲତା ଅରୁଣୀମା ସାହୁ ପ୍ରମୁଖ ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇ ସେମାନଙ୍କ ସଫଳତା ଓ ଦୀର୍ଘାୟୁ ନିମନ୍ତେ ଗଜପତିବାସୀ ବିଭିନ୍ନ ସ୍ଥାନରେ ଏହି ସଙ୍ଗୀତ ଟିକୁମିଳିତ ଭାବେ ଗାନ କରିଥିଲେ ।

Comments (0)
Add Comment