ଗଜପତି ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଶୁକ୍ରବାର 10.30 ରାଜ୍ୟ 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ସ୍ୱତନ୍ତ୍ର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ରାୟଗଡାରୁ ହେଲିକପ୍ଟରରେ ଆସି ଗଜପତି ଷ୍ଟାଡିୟମ ଠାରେ ପହଞ୍ଚି ଥିଲେ।ସେଠାରେ ଅପେକ୍ଷା କରିଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଏସପି ସାରା ଶର୍ମା ତାଙ୍କୁ ସ୍ୱାଗତ କରିଥିଲେ।ପରେ ଷ୍ଟାଡିୟମ ଠାରୁ ବାହାରି ଆର ସୀତାପୁର ଠାରେ କରାଯାଇ ଥିବା ଅସ୍ଥାୟୀ କୋଭିଡ଼ି 19 ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।

ସେଠାରେ ଅପେକ୍ଷା କରିଥିବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଣୀ ଗୁନୁ ରାଣି ପଟ୍ଟନାୟକ କୋଭିଡ଼ି ହସ୍ପିଟାଲରେ ଥିବା ଆଇସିୟୁ ୱାଡ଼,ଆ ଇ ସୋ ଲେସନ ୱାଡ଼, ଲେଵୋରଟୋରି,ଫାର୍ମାସି ଓ ରୋଗୀ ମାନଙ୍କ ପାଇଁ ବ୍ୟବସ୍ଥା ଥିବା ସମସ୍ତ ସୁବିଧା ଓ ସୁଯୋଗକୁ ବୁଲି ଦେଖିଥିଲେ।ସଚିବମାନେ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଥିବା ଯନ୍ତ୍ରପାତି ଏବଂ ମାନବ ସମ୍ବଳ ଉପରେ ପଚାରି ବୁଝିଥିଲେ। ଶେଷରେ କମ ସମୟରେ କୋଭିଡ଼ି ହସ୍ପିଟାଲରେ ବ୍ୟବସ୍ଥା କରିଥିବା ସମସ୍ତ ଭିତ୍ତିଭୂମି, ମାନବ ସମ୍ବଳ ଯନ୍ତ୍ରପାତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।ଜିଲ୍ଲା ରେ କୌଣସି ବ୍ୟକ୍ତିକୁ କରୋନା ଆକ୍ରାନ୍ତନ ହେବା ଲାଗି ସମସ୍ତ ଙ୍କୁ ମିଳିମିଶି କାମ କରିବା ପାଇଁ ଆହ୍ବାନ ଦେଇଥିଲେ।ତା ପରେ ହେଲିକ୍ୟାପ୍ଟର ଯୋଗେ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ।

Comments (0)
Add Comment