ଅନଲାଇନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଣିକି ଅନଲାଇନ ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ପୋର୍ଟାଲ ଆରମ୍ଭ କରାଯାଇଛି । ରାଜ୍ୟରେ ଥିବା ୧୦୩ଟି ସ୍ୱତନ୍ତ୍ର ସ୍କୁଲକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment