ଚାଷୀଙ୍କୁ ଆଶ୍ବସନା ଦେଲେ ରାଜସ୍ବ ମନ୍ତ୍ରୀ, ଏଲନିନୋର ପ୍ରଭାବ…..

ଭୁବନେଶ୍ଵର: ଏଥର ରାଜ୍ୟରେ ହେବ ସ୍ଵଭାବିକ ବର୍ଷା। ଏଲନିନୋକୁ ନେଇ ବିଚଳିତ ନହେବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ଏଲନିନୋର ପ୍ରଭାବକୁ ନେଇ ବିଚଳିତ ହୁଅନ୍ତୁ ନାହିଁ। କମ୍ ବର୍ଷା ହେଲେ ସରକାରଙ୍କରପ୍ଲାନ ୨,୩ପ୍ରସ୍ତୁତ ଅଛି। ଆମେ ବିଭିନ୍ନ ବିଭାଗ ସହ ଆଲୋଚନା ଆରମ୍ଭ କରିଛୁ। ସାରା ଦେଶରେ ବୃଷ୍ଟିପାତ କମ ହେବ ବୋଲି ଆକଳନ ହୋଇଛି।
ରାଜସ୍ଵ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବେଶି ସମସ୍ୟା ହେବନି ବୋଲି ପୂର୍ବାନୁମାନ କହୁଛି। ଆବଶ୍ୟକ ହେଉଥିବା ୧୪୫୨ ସେଣ୍ଟିମିଟର ବର୍ଷାରୁ କମ୍ ହେବ ନାହିଁ। ଯଦି ବି ହେଲା, ସେଥିପାଇଁ କିପରି ଜଳାଶୟ ସଂରକ୍ଷଣ ଏବଂ ଅନ୍ୟାନ୍ୟ ଜଳସେଚନର ପ୍ରକଳ୍ପ ଗୁଡିକୁ ପ୍ରସ୍ତୁତ କରିଯିବ ସେନେଇ ସବୁ ବିଭାଗ ସହ କଥାବାର୍ତ୍ତା ସରିଛି। ଚାଷୀମାନଙ୍କୁ ଅନୁରୋଧ ବିଚଳିତ ହୁଅନ୍ତୁ ନାହିଁ। ସରକାର ପ୍ଲାନ ୨,୩ ପ୍ରସ୍ତୁତ ରଖିଛନ୍ତି।

Comments (0)
Add Comment