କଣ୍ଟେନମେଣ୍ଟ ଜୋନ୍‌ରେ ବଢୁଛି ଜନ ଅସନ୍ତୋଷ : ରାସ୍ତାକୁ ଓହ୍ଲାଇଲେ ଅଧିବାସୀ

ରାଉରକେଲା : ରାଉରକେଲା ସହରର ନାଲା ରୋଡ୍ ଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ନାଲା ରୋଡ୍ ଅଞ୍ଚଳର ବାସିନ୍ଦା ମାନେ ନିଜର ଅତ୍ୟାବଶ୍ୟକ କାମ ପାଇଁ ବାହାରକୁ ଯିବାକୁ ପ୍ରୟାସ କରିବାକୁ ନେଇ ସେଠାରେ ପହରା ଦେଉଥିବା ପୋଲିସ୍ ପ୍ରଶାସନ ସହ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଚସା ହୋଇଥିଲା । ପରବତ୍ତର୍ତ୍ତୀ ସମୟରେ କିଛି ସମୟ ଧରି ସେଠାରେ ଉତେଜନା ଲାଗି ରହିଥିଲା । ପରେ ସ୍ଥାନୀୟ ପ୍ଲାଣ୍ଟ ସାଇଟ୍ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ରେ ପୋଲିସ୍‌ର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶତାଧିକ ଲୋକ ରାଜରାସ୍ଥାକୁ ଓହ୍ଲାଇଛନ୍ତି । କଣ୍ଟେନମେଣ୍ଟ ନିୟମ ଭାଙ୍ଗି ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

କଣ୍ଟେନମେଣ୍ଟ ନିୟମ ଭାଙ୍ଗି ପୋଲିସ୍ ଦ୍ୱାରା କରାଯାଇଥିବା ବ୍ୟାରିକେଡ୍ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ୍ ସହ ଯୁକ୍ତିତର୍କ କରି ବ୍ୟାରିକେଡ୍ ଭାଙ୍ଗିବାକୁ ଓଦ୍ୟତ ହେଉଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କୁ ବୁଝାସୁଝା କରିବା ସହ ଅଧିକ ପୋଲିସ୍ ଫୋର୍ସ ମୃତୟନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ପ୍ଲାଣ୍ଟସାଇଟ ଅଞ୍ଚଳରେ ପୋଲିସ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଛାଡୁନାହାନ୍ତି । ଅର୍ଡର କଲେ ମଧ୍ୟ ଠିକ୍ ସମୟରେ ପହଞ୍ଚୁନଥିବାବେଳେ ବାରମ୍ବାର କହିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ଗତ ଏପ୍ରିଲ ୨୬ ରୁ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

Comments (0)
Add Comment