ବୌଦ୍ଧ : ପ୍ରଥମ ଥର ପାଇଁ ବୌଦ୍ଧରେ ତିନିଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ସବିଶେଷ ବିବରଣୀ ଦେଇନଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାରୁ ତିନି ଜଣଙ୍କ ଦେହରେ କରୋନା ପଜିିଟିଭ ଥିବା ସ୍ପଷ୍ଟ କରିଛି । ଆଉ କିଛି ସମୟ ପରେ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନକୁ ଏ ସଂପର୍କରେ ସବିଶେଷ ତଥ୍ୟ ଦେବା ପରେ ପ୍ରଶାସନ ରୋଗୀ ଚିହ୍ନଟ ହୋଇଥିବା ଅଂଚଳକୁ ସାନିଟାଇଜ କରିବା ସହ ରୋଗୀ କାହା କାହା ସହ ସଂସ୍ପର୍ଶରେ ଆସିଛନ୍ତି ତାହା ଅନୁସନ୍ଧାନ କରିବ । ଜନସାଧାରଣ ରୋଗୀ କେଉଁ ଅଂଚଳର ତାହା ଉତ୍କଣ୍ଠାର ସହ ଜାଣିବା ପାଇଁ ଅପେକ୍ଷା କରିଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚିହ୍ନଟ ହୋଇଥିବା ବୌଦ୍ଧର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ସମସ୍ତ ରୋଗୀ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଜଗତୀ କ୍ୱାରେଣ୍ଟାଇନ ସେଣ୍ଟର ଥିଲେ । ଏମାନଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।