ଭୁବନେଶ୍ୱର ବିମାନବନ୍ଦର ‘ନନ୍‌ଟଚ୍‌’ ହେବା ନେଇ ନିଷ୍ପତ୍ତି

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନାର କରାଳ ରୂପ ଉଗ୍ର ହେଉଥିବା ବେଳେ ଦେଶରେ ତଥା ଆମ ରାଜ୍ୟରେ ଏହା ଏକ ସନ୍ଦିକ୍ଷଣରେ ପହଞ୍ଚିଛି । କରୋନା ପଜିଟିଭରେ ଆମ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ହଟସ୍ପଟ୍ ହେବାର ଆଶଙ୍କା ବ୍ୟକ୍ତ କରିଥିବା ବେଳେ କରୋନା ଏବେ ଓଡିଶାରେ ଲମ୍ବା ଡିଆଁ ମାରିଛି । ଗୋଟି ପରେ ଗୋଟିଏ ଜିଲ୍ଲାରେ ଏହାର ପ୍ରବେଶ ସହିତ ସମଗ୍ର ଓଡିଶାକୁ କବଳିତ ପାଇଁ ଆଉ ବେଶୀ ବିଳମ୍ବ ନାହିଁ ବୋଲି ଆଶଙ୍କା ପ୍ରକାଶ କରାଯାଇଛି । ଏ ନେଇ ସାରା ରାଜ୍ୟରେ ସଂକ୍ରମଣର ଭୟ ସୃଷ୍ଟି ହୋଇଥିବା ହୀରାଞ୍ଚଳ ପକ୍ଷରୁ ଦୁଇ ସପ୍ତାହ ପୂର୍ବେ ଆଶଙ୍କା ବ୍ୟକ୍ତ କରାଯାଇଥିଲା । ପ୍ରବାସୀ ଓଡିଆମାନଙ୍କ ଆଗମନ ଆଇନତଃ ଠିକ୍ । ଓଡିଶା ପୁଅ ଓଡିଶା ନିଶ୍ଚୟ ଫେରିବ, ଏଥିରେ କେହି ବାଧା ଦେବେ ନାହିଁ । କେନ୍ଦ୍ର ସରକାର ଏହି କାରଣରୁ ଲକଡାଉନ ନିୟମରେ ଆଜି ସାମାନ୍ୟ ପରିବର୍ତ୍ତନ ଆଣି ଆସନ୍ତାକାଲିଠାରୁ ଭୁବନେଶ୍ୱର ସମେତ ୧୫ଟି ରୁଟରେ ପାସେଞ୍ଜର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।ଆଇଆରସିଟିସି ଜରିଆରେ ଯାତ୍ରୀମାନେ ରେଳ ବୁକିଂ କରି ନିଜ ପ୍ରବାସକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏପରିକି ଗୋଟିଏ ଟ୍ରେନର ପ୍ରତିବଗିରେ ଯେତିକି ସିଟ୍ ରହିଛି ସବୁ ସିଟ୍ ପୂରଣ ପାଇଁ ଅନୁମତି ଦିଆଯାଇଛି । ଏହା ଫଳରେ ଓଡିଶାରେ ମହାମାରୀ ଏକ ଭୟାନକ ରୂପ ସୃଷ୍ଟି କରୁଥିବା ବେଳେ ପ୍ରବାସୀଙ୍କ ଆଗମନ ସେମାନଙ୍କର ସୁନିୟନ୍ତ୍ରିତ ସ୍ୱାସ୍ଥ୍ୟ ପରୀକ୍ଷା, କ୍ୱାରେଣ୍ଟାଇନ ରାଜ୍ୟ ସରକାରଙ୍କ ପାଇଁ ବଡ କଠିନ ପାଠ ହୋଇଛି । ଏଭଳି ସନ୍ଦୀକ୍ଷଣରେ ଲକଡାଉନ ନିୟମରେ କୋହଳ ହେଲେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରକୁ ନନ୍‌ଟଚ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି । କରୋନା ପାଇଁ ଭୁବନେଶ୍ୱର ବିମାନବନ୍ଦର ଏକ ବିଶେଷ ବ୍ୟବସ୍ଥା ଗ୍ରହଣ କରିବ । ତଦନୁଯାୟୀ କୌଣସି ସ୍ପର୍ଶ ବିନା ଯାତ୍ରୀ ବିମାନରେ ବସିପାରିବେ । ବିମାନବନ୍ଦର ଟର୍ମନାଲ ଭିତରେ ଯାବତୀୟ କାର୍ଯ୍ୟ ନନ୍‌ଟଚ୍ ହେବ । ପ୍ରବେଶ ପଥ, ଟିକେଟ, ଚେକିଂ ଆଦି ପ୍ରତିଟି କାର୍ଯ୍ୟକୁ ବିନା ସ୍ପର୍ଶରେ କରାଯିବ । ଏକ ସ୍ୱତନ୍ତ୍ର ଯନ୍ତ୍ର ସାହାଯ୍ୟରେ ପରିଚୟ ପତ୍ର ଓ ଟିକେଟ ଯାଞ୍ଚ ପ୍ରକ୍ରିୟା କରାଯିବ । ଯାହାକି ଲକଡାଉନ କୋହଳ ପରେ ଏଭଳି କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ ଏହା ସଂକ୍ରମଣକୁ କେତେ ଦୂର ରୋକିବ ତାହା ସମୟ କହିବ ।

Comments (0)
Add Comment