ବୌଦ୍ଧ: ଗତ ବିଳମ୍ବିତ ରାତ୍ରୀରେ ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀରେ ଗୋଟିଏ ୧୧୦୯ ଟ୍ରକ ବିଦ୍ୟୁତ ଟ୍ରାନ୍ସଫର୍ମର ବୋଝେଇ କରି ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡକୁ ଯାଉଥିଲା । ଡ୍ରାଇଭରକୁ ନିଦ ଆସିଯିବାରୁ ଜାତୀୟ ରାଜପଥ ନଂ ୫୭ର ସାହାଜପାଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା । ଟ୍ରକ ଧକ୍କାରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହେବାସହ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଗାଡିଟି ଭୁବନେଶ୍ୱରର ଓ ତାର ପଞ୍ଜିକରଣ ନମ୍ବର ଓଡି-୦୨ଏନ୍୭୪୪୮ ।