ଗଜପତିରେ ପୁଣି ୮ ଗୋଟି ନୂଆ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ଆଠଗୋଟି ନୂଆ କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜି ଆଠଗୋଟି କରୋନା ପଜିଟିଭଙ୍କ ମଧ୍ୟରୁ ୭ ଟି ପାରଳାଖେମୁଣ୍ଡି ଉପ କାରାଗାରରୁ ହୋଇଥିବା ବେଳେ ଜଣେ ପାରଳା ପୌର ପରିଷଦରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି । ୭ ଜଣଙ୍କୁ କୋଭିଡ-୧୯ ର ଚିକିତ୍ସା ସକାଶେ ସ୍ଥାନାନ୍ତର କରାଯାଇ ଥିବା ବେଳେ ଜଣେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାତ ହେଉଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Comments (0)
Add Comment