ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ : ପୂଜାକୁ ଅନୁମତି, ଶ୍ରଦ୍ଧାଳୁଙ୍କୁ ମନା

ଭୁବନେଶ୍ୱର : ଏବେବି କରୋନା ସଂକ୍ରମଣ ଚିନ୍ତା ଟଳିନାହିଁ । ଆଗକୁ ପାର୍ବଣ ଋତୁ ଆସୁଛି  । ସାଧାରଣତଃ ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି  । ଏହାକୁ ଆଖିଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି ।

୧. ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦିରେ ଯେଭଳି ଅଧିକ ଜନସମାଗମ ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ।
୨. ପୂଜା ମଣ୍ଡପର ଆୟୋଜକମାନେ ଜିଲ୍ଲାପାଳ କିମ୍ବା କମିଶନରେଟ ପୁଲିସର ଅନୁମତି ନେବା ବାଧ୍ୟତାମୂଳକ  ।
୩. ଘର ଭିତରେ ବା ଇନଡେ଼ାରରେ ହିଁ ପୂଜା ହେବ  । କେବଳ ବିଧି ପରମ୍ପରା ରକ୍ଷା ପାଇଁ ପୂଜା ହେବ । ଯେଉଁଥିରେ ସର୍ବସାଧାରଣ ସାମିଲ ହେବେନାହିଁ ।
୪. ମୂର୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରହିବ  ।
୫. ପୂଜା ପେଣ୍ଡାଲ ବା ପୂଜା ମଣ୍ଡପରେ କର୍ତା ଓ ପୁରୋହିତଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେ ନାହିଁ  ।
୬. ପୂଜା ମଣ୍ଡପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ  ।
୭. ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ଗାଇଡ଼ଲାଇନ ମାନିବାକୁ ଆୟୋଜକ ବାଧ୍ୟ
୮. ବିସର୍ଜନ ପାଇଁ ଶୋଭାଯାତ୍ରା ହେବ ନାହିଁ  । ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଇଥିବା କୃତ୍ରିମ ଜଳାଶୟରେ ମୂର୍ତି ବିସର୍ଜନ କରାଯିବ  ।
୯. ପୂଜା ମଣ୍ଡପରେ କୌଣସି ପ୍ରକାର ମ୍ୟୁଜିକାଲ ବା ମନୋରଂଜନ କାର୍ଯ୍ୟକ୍ରମ କରାଯିବ ନାହିଁ  ।
୧୦. ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଣେଶ ପୂଜା କରାଯିବ ।
୧୧. ପୂଜାରେ କୌଣସି ପ୍ରକାର ଗୋଷ୍ଠୀ ଭୋଜନ ବ୍ୟବସ୍ଥା କରାଯିବ ନାହିଁ ।
୧୨. ଯେଉଁମାନେ ଏହି ସବୁ ଗାଇଡ଼ଲାଇନର ଅନୁପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।

Comments (0)
Add Comment