ବୌଦ୍ଧ ବନ ବିଭାଗ ପକ୍ଷରୁ ମହାନଦୀରେ ପକ୍ଷୀ ଗଣନା

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳ ୮ଟାରୁ ହରଭଙ୍ଗା ବ୍ଲକ ମହାନଦୀରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହରଭଙ୍ଗା ବ୍ଲକର ମହାନଦୀର ଧଳପୁରଠାରୁ କୁଶାଶିଙ୍ଗା ପର୍ଯ୍ୟନ୍ତ ମହାନଦୀରେ ଡଙ୍ଗା ସାହାଯ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି ପକ୍ଷୀ ଗଣନାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଡିଏଫ୍‌ଓ ଯଶୋବନ୍ତ ସେଠୀ, ପୁରୁଣାକଟକ ରେଞ୍ଜର ନିହାର ମଲ୍ଲିକ, ହରଭଙ୍ଗା ବନପାଳ ବିଜୟ ନନ୍ଦ ସାହୁ, ଗାର୍ଡ ଆଶିଷ ମେହେର, ଏସିଏଫ୍ ଜିତେନ୍ଦ୍ର କୁମାର ବେହେରା, ସୌମ୍ୟରଂଜନ ଗୋଚ୍ଛାୟତ, ରାଜେନ୍ଦ୍ର ଗୋଚ୍ଛାୟତ, ଆଶିଷ କୁମାର ଜେନା, ଦେବାଶିଷ ମହାପାତ୍ର, ବିଜୟାନନ୍ଦ ସାହୁ, ରାଧେଶ୍ୟାମ କମ୍ପ, ଲାଲକ୍ରିଷ୍ଣ ସାହୁ, ଦୀପକ ପ୍ରଧାନ, ମାନସ ସାହୁ, ରୋହିତ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ଆଜି ପ୍ରବଳ ଥଣ୍ଡା ସତ୍ତ୍ୱେ ଡିଏଫ୍‌ଓ ସାମିଲ ହୋଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାକୁ ଅଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଡିଏଫ୍‌ଓ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

Comments (0)
Add Comment