ରାୟଗଡ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ସଂସ୍କୃତି ଭବନରେ ବିଦ୍ୟାର୍ଥୀ ପରିଷଦର ପତାକା ଉତୋଳନ ସହ ପରିଷଦର ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଭିପିର ନଗର ସଭାପତି ରୀତାରାଣୀ ମିଶ୍ର,ନଗର ସଂପାଦକ ଶୁଭମ୍ ପାଣିଗ୍ରାହୀ,ନଗର ସହ ସଂପାଦକ ଶୁଭାଶିଷ ପଣ୍ଡା,ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘର ରାମଚନ୍ଦ୍ର ସାହୁ,ଆଲୋକ କୁମାର ସ୍ୱାଇଁ,ଶ୍ୟାମ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ଛାତ୍ର ଶକ୍ତିଙ୍କୁ ରାଷ୍ଟ୍ର ଶକ୍ତିରେ ପରିଣତ କରି ରାଷ୍ଟ୍ରର ପୁନଃ ନିର୍ମାଣ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ସେବା,ସଂସ୍କୃତି ଏବଂ ସମନ୍ୱୟ ଆତ୍ମା ସହିତ ଛାତ୍ର ସଂଗଠନକୁ ୭୨ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରିଆସୁଥିବା ନେଇ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।