ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରଗଙ୍କ ସନେ୍ଦହଜନକ ମୃତୁ୍ୟ ରହସ୍ୟର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ମନୀଷ, ମୃତଞ୍ଜୟ ଓ ଦିନେସ ହୋଟେଲ ସାଉଥସିଟିକୁ ଯାଇଥିଲେ । ସେଠାରେ ବିଲ ପେମେଣ୍ଟକୁ ନେଇ ବଚସା ହୋଇଥିଲା । ଏଥିପାଇଁ ମନୀଷଙ୍କୁ ହୋଟେଲ କର୍ମଚାରୀ ଅଟକ ରଖିଥିଲେ । ରବିବାର ଭୋର ୪.୧୧ ମିନିଟରେ ମନୀଷ ବାପା ନବୀନ ଦାସଙ୍କୁ ଫୋନ କରି ତାଙ୍କୁ ମାଡ ମରାଯାଉଥିବା କହିଥିଲେ ଓ ଘର ଲୋକଙ୍କୁ ଟଙ୍କା ମାଗିଥିଲେ । ଏହାପରେ ଘର ଲୋକ ପ୍ରଥମେ ପାଞ୍ଚ ହଜାର ଓ ପରେ ତିନି ହଜାର ଟଙ୍କା ପଠାଇଥିଲେ । ଏହି ଟଙ୍କାରେ ହୋଟେଲରେ ବିଲ୍ ପେମେଣ୍ଟ ହୋଇଛି ବୋଲି ଅନୁମାନ କରାଯାଉଛି ।
ବିଲ ପେମେଣ୍ଟ ପରେ ହୋଟେଲ ବାହାରେ ମନୀଷଙ୍କୁ ଦିନେସ ମହାପାତ୍ର, ମୃତୁ୍ୟଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ସମୟରେ ଠେଲାପେଲା ହେବାରୁ ମନୀଷଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସିସିଟିଭ ଫୁଟେଜରେ ହତ୍ୟାକାରୀଙ୍କ ଗତିବିଧି ରେକର୍ଡ ହୋଇଛି । ପେମେଣ୍ଟ ପରେ ହୋଟେଲ ବାହାରେ ଏହି ତିନି ଜଣ ମନୀଷଙ୍କୁ ଆକ୍ରମଣ କରିଥିଲେ, ଏହି କାରଣରୁ ମନୀଷଙ୍କ ମୃତୁ୍ୟ ହୋଇଥିବା ଜଶାପଡିଛି । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।