ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଓଡ଼ିଆ ବିଭାଗରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଶୀର୍ଷକ ଏହି ପାଠ ଚକ୍ରରେ ଅନ୍ୟ ଦୃଷ୍ଟି ଏକ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ବ୍ରହ୍ମପୁରର ସମ୍ପାଦକ ସୋମନାଥ ବେହେରା ଯୋଗଦେଇ ନାଟକର ଇତିହାସ ଓ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ସମ୍ପର୍କରେ ବିଶଦଭାବେ ଆଲୋଚନା କରିଥିଲେ । ଉକ୍ତ ପାଠଚକ୍ରରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ତଥା ଓଡ଼ିଆ ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଭ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଥିଲେ । ଆଲୋଚ୍ୟ ପାଠଚକ୍ରରେ ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଚନ୍ଦ୍ର ଶେଖର ଦାସ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଅଧ୍ୟାପକ ଅର୍ଜୁନ ଜେନା ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯଥା ରାମକୃଷ୍ଣ ପଟ୍ଟନାୟକ, ପୂଜାରାଣୀ ଦାସ,ଅଧ୍ୟାପିକା ଲକ୍ଷ୍ମୀ ମହାକୁଡ଼ ତଥା ଓଡ଼ିଆ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବିଭାଗର ଅଧ୍ୟାପିକା କୁମାରୀ ଲକ୍ଷ୍ମୀ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।