କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆଲୋଚନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଉପଖଣ୍ଡ ଆଦିବାସୀ ପ୍ରବଣ ହୋଇଥିବାରୁ ସେଠାକାର ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ଜରୁରୀ । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସାଂସଦ ନୀତେଶ କୁମାର ଗଙ୍ଗଦେବ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ସହିତ ମିଶି ଆଲୋଚନା କରିଛନ୍ତି । ଏହି ଅବସରରେ କୁଚିଣ୍ଡା ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି ସେମାନଙ୍କୁ ସେଠାକାର ବସ୍ତୁସ୍ଥିତି ବିଷୟରେ ଅବଗତ କରାଇଥିଲେ । କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଜମନକିରା ବ୍ଲକ ମୁଖ୍ୟାଳୟ ଠାରେ ସାଂସଦଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ତାଙ୍କ ସହିତ ସାକ୍ଷାତ କରି ଏ ବିଷୟରେ ଚର୍ଚ୍ଚା କରିଛନ୍ତି । କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଦୁଇଟି ଯାକ ବ୍ଲକ କୁଚିଣ୍ଡା ଓ ଜମନକିରାର ମୁଖ୍ୟ ଜୀବିକା କୃଷି ଉପରେ ନିର୍ଭର କରୁଥିବା ସତ୍ତେ୍ୱ କୃଷି ପାଇଁ ଅତ୍ୟାବଶ୍ୟକ ଜଳସେଚନ ସୁବିଧାର ଅଭାବ ପରିଲକ୍ଷିତ ହୁଏ, ଯାହାକି ତାଙ୍କର ଆଲୋଚନାରେ ସାମିଲ ରହିଥିଲା ।

Comments (0)
Add Comment