ଭୁବନେଶ୍ଵର : ଏଣିକି ଓଡ଼ିଶା ପୋଲିସର ୨୧୬ ଫାଣ୍ଡି ଦାୟିତ୍ଵରେ ରହିବେ ସବ୍ ଇନ୍ସପେକ୍ଟର। ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ଵରେ ରହୁଥିଲେ।
ଏଥିପାଇଁ କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ଵାରା ପରିଚାଳିତ ପୋଲିସ ଫାଣ୍ଡିମାନଙ୍କରେ ସବ୍ ଇନ୍ସପେକ୍ଟରମାନଙ୍କୁ ନିଯୁକ୍ତି ଦିଆଯିବ।
ସବ୍ଇନ୍ସପେକ୍ଟରମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି ।