ମନ୍ତ୍ରୀଙ୍କୁ ଡାକବଙ୍ଗଳାରେ ତାଲା ପକେଇଦେଲେ କଂଗ୍ରେସ ଓ ବିଜେପି କର୍ମୀ

ସମ୍ବଲପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବିଜେଡି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ୍‌ ଉପସ୍ଥିତରେ ଯୁବ କଂଗ୍ରେସ ନେତା ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ସେ ଗରୁତର ଆହତ ହୋଇଥିଲେ । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ବିଜେପି ଓ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କୁଚିଣ୍ଡାରେ ବନ୍ଦ ପାଳନ କରୁଛନ୍ତି । ଉଭୟ ଦଳର କର୍ମୀମାନେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବନ୍ଦୀ କରିଥିବା ଜଣାପଡିଛି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡାକୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇ ଦେଇଛନ୍ତି । ଡାକବଙ୍ଗଳା ବାହାରେ ଏବେ ନାରାବାଜି ଚାଲୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଏସଡିପିଓ ଉପସ୍ଥିତ ରହିଛନ୍ତି ।

Comments (0)
Add Comment