ଫୁଲବାଣୀ : ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ପରଲୋକରେ ରବିବାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ସ୍ୱର୍ଗତ ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଡକ୍ଟର ମନୋରମା ମହାପାତ୍ର ଏକାଧାରରେ ସାମ୍ବାଦିକା । ସଂପାଦିକା,ସାହିତିକା ସମାଜସେବିକା ଥିଲେ । କେବଳ ସେତିକି ନୁହେଁ ଶ୍ରୀଜଗନାଥ ସଂସ୍କୃତି ଓ ଚେତନାର ସାବଳୀୟ ଓ ଲାଳିତ୍ୟ ଭାଷ୍ୟକାର ମଧ୍ୟ ଥିଲେ । ସାହିତ୍ୟ ଓ ଗଣ ମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ ରଖିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉପ ସଭାପତି ସତ୍ୟନାରାୟଣ ବେହେରା, ସୁନୀଲ ବିଶ୍ୱାଳ, ବରୀଷ୍ଠ ସାମ୍ବାଦିକ ସନ୍ତୋଷ ଡିଗଲ, ସମାଜ ପ୍ରତିନିଧି ଅଶୋକ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ଜେନା, ଶିବ ନାୟକ ବିଭୁତି ଲହରିଆ ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ୱର୍ଗତ ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଓଡ଼ିଆ ସାହିତ୍ୟ, ସେବା, ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଛାପ ଛାଡ଼ିଯାଇଛନ୍ତି ତାହା ଅବିସ୍ମରଣୀୟ ବୋଲି କହିଥିଲେ । ପ୍ରେସକ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜ଼ିଲ୍ଲାର ବିଭିନ୍ନ ଅଂଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।