ରେକର୍ଡ : ଦିନକରେ ୫୨ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ, ବରଗଡ, ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁନ୍ଦରଗଡରୁ ୫ ଲେଖାଏଁ, କେନ୍ଦ୍ରାପଡାରୁ ୪ଜଣ, କଟକ, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର, ନୟାଗଡ, ନୂଆପଡା, ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୫ଜଣ, ବରଗଡ଼ ଜିଲ୍ଲାରୁ ୧୭ଜଣ, ଭଦ୍ରକ ଜିଲ୍ଲାରୁ ୧୩୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, ବୌଦ୍ଧ ଜିଲ୍ଲାରୁ ୨୧ଜଣ, କଟକ ଜିଲ୍ଲାରୁ ୪୪୧ଜଣ, ଦେବଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଜଣ, ଗଜପତି ଜିଲ୍ଲାରୁ ୧୦ଜଣ, ଗଞ୍ଜାମ ଜିଲ୍ଲାରୁ ୨୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୭ଜଣ, ଯାଜପୁର ଜିଲ୍ଲାରୁ ୧୫୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫ଜଣ, କନ୍ଧମାଳ ଜିଲ୍ଲାରୁ ୨୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୬୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୭୫ଜଣ, କୋରାପୁଟ ଜିଲ୍ଲାରୁ ୬୫ଜଣ, ମାଲକାନଗିରି ଜିଲ୍ଲାରୁ ୫୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ଜଣ, ନୟାଗଡ଼ ଜିଲ୍ଲାରୁ ୧୧୫ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୫୪ଜଣ, ରାୟଗଡ଼ା ଜିଲ୍ଲାରୁ ୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୨ଜଣ, ସୋନପୁର ଜିଲ୍ଲାରୁ ୧୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ, ଷ୍ଟେଟ ପୁଲ୍‌ରୁ ୯୧ଜଣ ରହିଛନ୍ତି ।

Comments (0)
Add Comment