ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ’ରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସଂଯୋଜକ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ପଣ୍ଡିତ ନରସିଂହ ଗୌଡ଼ ମୁଖ୍ୟ ବକ୍ତା, ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା । ମୁଖ୍ୟ ଅତିଥି, ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସମ୍ମାନିତ ବକ୍ତା ଏବଂ ରାଜାତାରା କଲେଜର ମୁଖ୍ୟ କେ. ଅରୁଣ କୁମାର, ସତ୍ୟନାରାୟଣ କାର୍ଜୀ ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗଦେଇ ହିନ୍ଦୀ ଭାଷାର ଇତିହାସ ଓ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ଏହା ଜନମାନସଙ୍କ ଭାଷା ତଥା ରାଷ୍ଟ୍ର ଭାଷା ଏହା ସମସ୍ତ ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧିରଖିବା ଭାଷା । ହିନ୍ଦୀ ଭାଷାର ଅଧିକ ପ୍ରଚଳନ ଓ ଏହାର ଅଣଦେଖାକୁ ରୋକିବା ପାଇଁ ପ୍ରତିବର୍ଷ ୧୪ ସେପ୍ଟେମ୍ବର ଦିନ ଏହି ହିନ୍ଦୀ ଦିବସ ପାଳନ କରାଯାଉଛି । ୧୯୪୯ ମସିହା ୧୪ ସେପ୍ଟେମ୍ବର ଦିନ ସମ୍ବିଧାନ ସଭାର ମତ ପ୍ରକାରେ ହିନ୍ଦୀକୁ ରାଷ୍ଟ୍ରଭାଷା ଘୋଷିତ କରାଯାଇଥିଲା ବୋଲି କହିଥିଲେ ।
ଏହି ଅବସରରେ ଉଭୟ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜାତାରା କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ହିନ୍ଦୀ କାହିଁକି ଆମର ରାଷ୍ଟ୍ରଭାଷା ହେବା ଉଚିତ’ ଶୀର୍ଷକ ବିଷୟ ଉପରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ ୩୦ରୁ ଉର୍ଦ୍ଧ୍ୱ କଲେଜ ଛାତ୍ର/ଛାତ୍ରୀ ଯୋଗ ଦେଇଥିଲେ ।କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସିନ ଅତିଥି ମାନେ ପ୍ରମାଣ ପତ୍ରଏବଂପୁରସ୍କାର ବଣ୍ଟନ କରିଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲକ୍ଷଣି ଲୀମା ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ କ୍ଷୀରାଦ୍ୱି ତନୟା ପଣ୍ଡା ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।