ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ

ଫୁଲବାଣୀ :ମହିଳାମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଫୁଲବାଣୀ ଗାନ୍ଧିସ୍ମୃତି ଭବନ ଠାରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ ମେଳାରେ ସମଗ୍ର କନ୍ଧମାଳ ଜିଲ୍ଲାର ୧୫୧୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରୋଜଗାରକ୍ଷମ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ୩୧ କୋଟି ୩୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ ସି ଜି ଏମ୍‌ ବିଦ୍ୟା କ୍ରିଷ୍ଣନ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଯୋଗ ଦେଇ ଏସଏଚଜି ମାଆ ମାନେ ଋଣ ନେଇ ତାକୁ ଠିକ ଭାବରେ ବିନିଯୋଗ କରି ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ କନ୍ଧମାଳ ଏସ ପି ଭିନିତ ଅଗ୍ରୱାଲ, କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ଷ୍ଟେଟବ୍ୟାଙ୍କ ଜିଏମ ବିଜୟ କୁମାର କୁଜୁର,ଡିଜିଏମ ବ୍ରହ୍ମପୁର ଜୋନ ସାକ୍ଷସୀନା ବୈରାଗୀ, ଷ୍ଟେଟବ୍ୟାଙ୍କ କୃଷି ବିଭାଗ ଡିଜିଏମ ସୁନିଲ ଭାଟୁଖଇରନାର, ଷ୍ଟେଟବ୍ୟାଙ୍କ ରାଜ୍ୟ ଡିଜିଏମ ଧ୍ରୁବ ଚରଣ ବଳ , ଫୁଲବାଣୀ ଆର ଏମ୍‌ ହୃଦୟ ରଞ୍ଜନ ଦାଶ, ଷ୍ଟେଟବ୍ୟାଙ୍କ ଫୁଲବାଣୀ ଶାଖା ମୁଖ୍ୟ ପରିଚାଳକ ହରେ କୃଷ୍ଣଜେନା, ଷ୍ଟେଟବ୍ୟାଙ୍କ ଡିଭିଜିନାଲ ବିଜନେସ ଅଫିସର ବିଷ୍ଣୁ ସାହାଣି ଏବଂ ଆୟୋଜିତ ଋଣ ମେଳାରେ ଅନ୍ୟାନ୍ୟ ବ୍ରାଞ୍ଚ ମ୍ୟାନେଜର ଉପସ୍ଥିତ ଥିଲେ । ବ୍ୟାଙ୍କ ଲୋନ ନେଇ ବିଭିନ୍ନ ଲାଭ ଜନକ ବ୍ୟବସାୟ କରି ଆତ୍ମ ନିର୍ଭରଶୀଳ ହୋଇଥିବା ଏବଂ ଅନ୍ୟ ଏସଜି ଗ୍ରୁପ ମାଆମାନେ ତାହା ଦେଖି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସଫଳକାମୀ ଏସଏଚଜି ପକ୍ଷରୁ ବିଭିନ୍ନ ଷ୍ଟଲ ମାନଖୋଲା ଯାଇଥିଲା । ଅତିଥି ମାନେ ଏହି ଷ୍ଟଲ ଗୁଡ଼ିକ ବୁଲି ଦେଖିଥିଲେ । କେତେକ ଏସ ଏଚ ଜି ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଲଘୁ ବନ୍ୟ ଜାତ ଦ୍ରବ୍ୟ ଔଷଧୀୟ ଦ୍ରବ୍ୟ ଝୁଣା, ଲାଖ, ମହୁ ,ହରିଡା ବହାଡ଼ା,ଅଇଁଳା ,ଏବଂ ଚାଷ ଜାତ ଦ୍ରବ୍ୟ ହଳଦୀ ସୋରିଷ ମାଣ୍ଡିଆ, ବାଜରା ଆଦି ସଂଗ୍ରହ କରି ବ୍ୟବସାୟ କରି ଲାଭବାନ ହୋଇଥିବା ଦେଖିବାକୁ ମିଳିଛି ।

Comments (0)
Add Comment