ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ସରକାରୀ ଆବାସ, ଆମରଣ ଅନଶନ ଚେତାବନୀ

ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ଖଏରା ପଞ୍ଚାୟତ ଚାରି ନମ୍ବର ୱାର୍ଡ଼ର ବାସିନ୍ଦା ପାଣ୍ଡବ ଦାସଙ୍କୁ ସରକାରୀ ଆବାସ ଯୋଜନାରେ ଘର ମିଳୁ ନାହିଁ । ବହୁବାର ଘର ଖଣ୍ଡେ ପାଇବା ପାଇଁ ସେ ଆବେଦନ କରି କରି ଥକି ପଡିଲେଣି । ହେଲେ ବ୍ଲକ ପ୍ରଶାସନର ଭୁଲ ତଥ୍ୟ ଯୋଗୁ ପାଣ୍ଡବ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ କେନ୍ଦ୍ର ଓଡ଼ିଶା ସରକାରଙ୍କ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ଦିଆନଗଲେ ପାଣ୍ଡବ ବଡଚଣା ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ଅନୁଯାଇ ପାଣ୍ଡବ ଜଣେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଯୋଗ୍ୟ ହିତାଧୀକାରୀ । ବିପିଏଲ ଅନ୍ତର୍ଭୁକ୍ତ ପାଣ୍ଡବଙ୍କ କୌଣସି ଘର ନାହିଁ, ଭଙ୍ଗା ଦଦରା ଘରେ ସେ ପିଲା ଛୁଆ ଧରି ଅତି ଦୟାନୀୟ ଅବସ୍ଥାରେ ରହି ଆସୁଛନ୍ତି ସରକାରୀ ଆବାସ ଯୋଜନାରେ ଖଣ୍ଡେ ଘର ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Comments (0)
Add Comment